• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶୀତୁଆ ସଂଧ୍ୟାରେ ଭିଡ଼ ଜମୁଛି ଶୀତ ବଜାରରେ 

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): ମୋଜା, ସ୍ୱେଟର୍ ଓ ମଫଲର୍ ଭଳିକି ଭଳି ଟୋପି, ଜ୍ୟାକେଟ, ଚାଦର ଓ କମ୍ବଳ ଆଉ ତା ସାଙ୍ଗକୁ ଷ୍ଟାଇଲିସ୍ ହ୍ୟାଣ୍ଡଗ୍ଲୋବ୍ସ । ସିଲଭର୍ ସିଟିରେ ଏବେ ଏମିତି ଆକର୍ଷଣୀୟ ଶୀତ ବସ୍ତ୍ର ନେବାକୁ ଗ୍ରାହକଙ୍କ ଚାହିଦା ବଢୁଛି । ବଜେଟକୁ ସୁହାଉଥିବାରୁ କଟକବାସୀଙ୍କ ପ୍ରଥମ ପସନ୍ଦ ରହିଛି ଏହି ତିବତ୍ତିଆନ୍ ବଜାରର ଶୀତ ବସ୍ତ୍ର । ଖାନ ନଗର ପାର୍କ ନିକଟରେ ଲାଗିଥିବା ଏହି ବଜାରରେ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଲାଗିଥାଏ । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅକର୍ଷଣୀୟ ଶୀତବସ୍ତ୍ର ଆଣିଛନ୍ତି ବ୍ୟବସାୟୀ ।

ଚଳିତ ବର୍ଷ ଏଠାରେ ୫୦ରୁ ଅଧିକ ଷ୍ଟଲ ଖୋଲିଛି । ୫୦ ଟଙ୍କିଆ ହ୍ୟାଣ୍ଡ ଗ୍ଲୋବ୍ସ ଠାରୁ ଆରମ୍ଭ କରି ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ଶୀତବସ୍ତ୍ର ଏଠାରେ ମିଳୁଛି । ଏଠାରେ ଶୀତବସ୍ତ୍ର ବିକ୍ରି କରୁଥିବା ସମସ୍ତ ବ୍ୟବସାୟୀ ନିର୍ଦ୍ଧାରିତ ମୂଲ୍ୟରେ ବା ଫିକ୍ସଡ୍ ପ୍ରାଇସରେ ବିକ୍ରି କରୁଛନ୍ତି ସମସ୍ତ ଜିନିଷ । କମ୍ ଦାମ୍‌ରେ ଉନ୍ନତ ମାନର ଶୀତ ବସ୍ତ୍ର ଲୋକଙ୍କୁ ବିକ୍ରି କରୁଥିବାରୁ ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ସେମାନେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ।

ଶୀତ ଆସୁ ଆସୁ ରାଜ୍ୟର ଅନ୍ୟ ପ୍ରାନ୍ତ ଭଳି କଟକକୁ ମଧ୍ୟ ବ୍ୟବସାୟ ପାଇଁ ଆସିଥାନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତିଆନ୍ ରିଫ୍ୟୁଜି ଓ୍ୱୈଲଫେୟାର୍ ଆସୋସିଏସନର ବ୍ୟବସାୟୀ । ଗ୍ରାହକଙ୍କ ପାଇଁ ଦେଶର ବିଭିନ୍ନ କୋଣରୁ ପ୍ରସ୍ତୁତ ଶୀତବସ୍ତ୍ର ଆଣି ଏଠାରେ ବିକ୍ରି କରାଯାଇଥାଏ । ପୂର୍ବରୁ ଏମାନେ ରାଣୀହାଟ ପଡିଆରେ ବ୍ୟବସାୟ କରି ଆସୁଥିବା ବେଳେ, କିଛି ବର୍ଷ ଧରି ବ୍ୟବସାୟର ପସରା ମେଲାଇ ଆସୁଛନ୍ତି କାଠଯୋଡି ନଦୀ କୂଳ ଖାନନଗର ପାର୍କ ନିକଟରେ ।