/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653140906.jpg)
petrol , disel
ସାଧାରଣ ଲୋକଙ୍କୁ ଆଶ୍ୱସ୍ତି । ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ତେବେ ତେଲ ଦର କମାଇବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପେଟ୍ରୋଲ ଲିଟର ପିଛା କେନ୍ଦ୍ରୀୟ ଏକ୍ସାଇଜ୍ ଶୁଳ୍କ ୮ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି । ଫଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫୦ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ । ଆସନ୍ତାକାଲି ସକାଳ ୬ଟାରୁ ନୂଆ ଦର ଲାଗୁ ହେବ ।
ସେହିପରି ଉଜ୍ଜ୍ୱଲା ଯୋଜନାର ହିତାଧିକାରୀଙ୍କୁ ୨୦୦ଟଙ୍କା ସବସିଡି ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ନଅ କୋଟିରୁ ଅଧିକ ହିତାଧିକାରୀଙ୍କୁ ବର୍ତ୍ତମାନ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ଦିଆଯିବ । ଫଳରେ ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ ହେବ ବୋଲି ସେ କହିଛନ୍ତି । ସବସିଡି କମିବା ପରେ ବାର୍ଷିକ ପ୍ରାୟ ୬୧୦୦ କୋଟି ରାଜସ୍ୱ ବୋଝ ପଡ଼ିବ ।
ନିଜ ସହରର ତେଳ ଦର କିପରି ଜାଣିବେ ?
ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ
ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ
ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ
ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)