Advertisment

ଜୀବନ ବଞ୍ଚାଇ ବା ପାଇଁ ଗଛ ଉପରକୁ ଚଢିଗଲା ଭାଲୁ

ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢିଯାଇଛି ଭାଲୁ, ଶିକାରୀ ଆକ୍ରମଣ କରିଥିବା ସନ୍ଦେହ କରିଛି ବନବିଭାଗ

author-image
Sarbeswar
ଅଦ୍ୟତନ ହୋଇଛି
Bear

Bear

ଗଛ ଉପରେ ଭାଲୁ ବସିଛି। ଏମିତି ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା MV-୨୦ ଗ୍ରାମର । ଭାଲୁଟି ଗଛ ଉପରେ ବସିଥିବା ଦେଖିବାକୁ ମିଳିଛି। ଭାଲୁ ଦେହରେ ଦୁଇଟି ତୀର ବାଜିଛି। ଭାଲୁକୁ କେହି ଶିକାର କରୁଥିବା ସମୟରେ ଭାଲୁ ଦେହରେ ଦୁଇଟି ତୀର ବାଜିଛି ବୋଲି କୁହାଯାଉଛି। ଏହା ପରେ ଭାଲୁଟି ଭୟଭୀତ ହୋଇ ଆହତ ଅବସ୍ଥାରେ ଗଛରେ ଚଢିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଭାଲୁଟିକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଛନ୍ତି। ବନ ବିଭାଗର ଏକ ଟିମ ଭାଲୁଟିକୁ ଉଦ୍ଧାର କରିବାକୁ ପହଞ୍ଚିଛି।

Advertisment

ସେପଟେ ଜଙ୍ଗଲକୁ ଫେରିଲା ଭାଲୁ ଛୁଆ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରୁ ଭାଲୁ ଛୁଆକୁ ଫେରାଇ ଦେଲା ବନ ବିଭାଗ। ଗତକାଲି କାଠ ଆଣିବାକୁ ଯାଇଥିବା ବେଳ ଜଣେ ବ୍ୟକ୍ତି ଭାଲୁ ଛୁଆକୁ ପାଇଥିଲେ। ନିଜ ଘରକୁ ଛୁଆ ଭାଲୁଟିକୁ ଆଣି ଅଜିତ୍ ନରେଟି ନାମକ ବ୍ୟକ୍ତି ତାର ସେବା କରିଥିଲେ। ହେଲେ ଗତକାଲି ଏହି ଖବର ପ୍ରସାରଣ ପରେ ଏଭଳି ପଦକ୍ଷେପ ନେଇଛି ବନ ବିଭାଗ। ଭାଲୁଛୁଆକୁ ନେବା ପୂର୍ବରୁ ଶେଷ ଥର ପାଇଁ ଜଙ୍ଗଲୀ ଭାଲୁ ଛୁଆକୁ ନିଜ ହାତରେ କ୍ଷୀର ବୋତଲ ଧରି ପିଆଇ ଦେଇଥିଲା ଅଜିତ। ଅଜିତଙ୍କ ଠାରୁ ବନ ବିଭାଗ ଭାଲୁ ଛୁଆଟିକୁ ନେବା ପରେ ଜଙ୍ଗଲରେ ଛାଡି ଦେଇଛନ୍ତି।

Bear Enters Village
Advertisment
Advertisment