• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୁଟବଲ ମ୍ୟାଚ୍ ଚାଲୁଥିବା ବେଳେ ବଜ୍ରପାତ, ଜଣେ ଦର୍ଶକ ମୃତ, ଅନ୍ୟ ଚାରି ଆହତ । ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷି ସ୍ଥିତ ରାଜାବସା ଖେଳ ପଡ଼ିଆରେ ଘଟିଛି ଏ ଅଘଟଣ । କାଲି ବାରିପଦା ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ଏହି ସମୟରେ ରାଜାବସା ପଡ଼ିଆରେ ଫୁଟବଲ୍ ମ୍ୟାଚ ଚାଲିଥିଲା । ଶହ ଶହ ଲୋକ ଖେଳ ଦେଖୁଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ଅଶୋକ ମୁର୍ମୁ ନାମକ ଜଣେ ୩୦ ବର୍ଷିୟ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଠାକୁରମୁଣ୍ଡା ବ୍ଲକ ଦୁଆରଶୁଣି ଗାଁରେ ଘର ପିଣ୍ଡାରେ ବସି ଖେଳୁଥିବା ବେଳେ ବଜ୍ରପାତରେ ଜଣେ ୯ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଆହତ ହୋଇଛି ।