• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ ଆପଣଙ୍କ ରୋଜଗାରର କିଛି ଅର୍ଥ ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? ଯଦି ସଞ୍ଚୟ କରିବେ ତେବେ କେଉଁଥିରେ ଆପଣ ନିବେଶ କଲେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ? ଏପରି କିଛି କଥା ନିଶ୍ଚୟ ପ୍ରାୟ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ । ଯଦି ଆପଣ କୌଣସି ସ୍କିମ୍‌ରେ ଟଙ୍କା ରଖିବାକୁ ଚାହୁଁଛନ୍ତି ଆଉ ସ୍କିମ୍‌ ବିଷୟରେ ସେପରି କିଛି ଅଭିଜ୍ଞତା ରଖିନାହାନ୍ତି ତେବେ ଜାଣିନିଅନ୍ତୁ ଏହିସବୁ ସ୍କିମ୍‌ ବିଷୟରେ...

ଅଧିକ ପଢ଼ନ୍ତୁ: ଡାକଘରର ଏହି ସ୍କିମ୍‌ ଦେଉଛି ଅଧିକ ସୁଧ, ଏତିକି ମାସରେ ଟଙ୍କା ହୋଇଯିବ ଡବଲ୍

ସମସ୍ତେ ଜାଣନ୍ତି ପୋଷ୍ଟ ଅଫିସ ବା ଡାକଘରେ ଟଙ୍କା ରଖିଲେ ଭଲ ରିଟର୍ଣ୍ଣ ମିଳିଥାଏ । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ଲୋକ ପୋଷ୍ଟ ଅଫିସରେ ଟଙ୍କା ରଖିଥାନ୍ତି । ହେଲେ ପୋଷ୍ଟ ଅଫିସର ସମସ୍ତ ଯୋଜନା ବିଷୟରେ କେହି ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର କିଛି ଭଲ ଯୋଜନା ସମ୍ପର୍କରେ ।

ଡାକଘର ସଞ୍ଚୟ ଯୋଜନା

ଆପଣ ଯଦି କିଛି ବି ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ଡାକଘର ସଞ୍ଚୟ ଯୋଜନାରେ ଟଙ୍କା ରଖିପାରିବେ । ଏହି ଯୋଜନାରେ ଆପଣ ଟଙ୍କା ରଖିବାକୁ ହେଲେ ମାତ୍ର ୨୦ ଟଙ୍କାରେ ଖାତା ଖୋଲିପାରିବେ । ଡାକଘର ସଞ୍ଚୟ ଯୋଜନା ଆପଣଙ୍କୁ ୪ ପ୍ରତିଶତ ସୁଧ ଦେବ ।

ପୋଷ୍ଟ ଅଫିସ ରିକରିଂ ସ୍କିମ୍‌

ଏହି ଯୋଜନାରେ ଆପଣ ଭଲ ଲାଭ ପାଇପାରପାରିବେ । ୫ ବର୍ଷ ପାଇଁ ଏହି ଯୋଜନା ରହିଥିବାବେଳେ ଏଥିରେ ଆପଣଙ୍କୁ ପ୍ରତିମାସ କିଛି ଟଙ୍କା ରଖିବାକୁ ପଡ଼ିବ । ବର୍ତ୍ତମାନ ଏହି ଯୋଜନାରେ ଆପଣ ଟଙ୍କା ବିନିଯୋଗ କରି ୬.୨ ପ୍ରତିଶତ ସୁଧ ପାଇପାରିବେ ।

ପୋଷ୍ଟ ଅଫିସର ମାସିକ ଇନ୍‌କମ୍‌ ଯୋଜନା

ପୋଷ୍ଟ ଅଫିସର ଏହି ଯୋଜନାରେ ଆପଣ ଟଙ୍କା ରଖିପାରିବେ । ଏହି ଯୋଜନାର ଅବଧି ପାଞ୍ଚ ବର୍ଷ ଯାଏଁ ରହିଛି । ଯଦି ଆପଣ ରେଗୁଲାର ଇନ୍‌କମ୍‌ ଚାହୁଁଛନ୍ତି ତେବେ ଆପଣ ଏହି ଯୋଜନାରେ ଟଙ୍କା ରଖିପାରିବେ । ଏହି ଯୋଜନା ମାଧ୍ୟମରେ ସର୍ବନିମ୍ନ ୯ଲକ୍ଷ ଟଙ୍କା ବିନିଯୋଗ କରିପାରିବେ ବୋଲି କୁହାଯାଇଛି । ଯଦି ଆପଣ ମିଳିତ ଆକାଉଣ୍ଟ ଖୋଲନ୍ତି ତେବେ ଏହି ଯୋଜନାରେ ଆପଣ ୧୫ ଲକ୍ଷ ଟଙ୍କା ଯାଏଁ ରଖିପାରିବେ ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା

ଏହି ଯୋଜନା ବରିଷ୍ଠ ନାଗରିକମାନଙ୍କ ପାଇଁ କରାଯାଇଛି । ଯଦି ଆପଣ ଆପଣ ଚାକିରିରୁ ଅବସର ନେଇଛନ୍ତି । ତେବେ ଏହି ସ୍କିମ୍‌ରେ ଟଙ୍କା ରଖିପାରିବେ । ଏହି ଯୋଜନାରେ ଆପଣ ଟଙ୍କା ରଖିବା ଦ୍ୱାରା ଆପଣଙ୍କୁ ୮.୨ ପ୍ରତିଶତ ସୁଧ ମିଳିବ ।