• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମସ୍ତେ ଚାହାନ୍ତି କିଛି ସଞ୍ଚୟ କରିବାକୁ । ନିଜର ପାରିଶ୍ରମିକ ଅର୍ଥରୁ ଭବିଷ୍ୟତ ପାଇଁ କିଛି ସାଇତି ରଖିବାକୁ । କିଛି ଲୋକ ଏଲଆଇସି, ବ୍ୟାଙ୍କ ଓ ପୋଷ୍ଟାଲ ମାଧ୍ୟମରେ ଟଙ୍କା ସଞ୍ଚୟ କରିଥା’ନ୍ତି । ହେଲେ ଆଜି ଆମେ ପୋଷ୍ଟାଲରେ ଏମିତି ଏକ ସ୍କିମ୍‌ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ ।

ପୋଷ୍ଟାଲ ତା’ର ଗ୍ରାହକମାନଙ୍କୁ ଭଲ ସୁଧ ଦେଇଥାଏ ବୋଲି ପ୍ରାୟ ସମସ୍ତେ ଜାଣନ୍ତି । ଭଲ ସୁଧ ସହ ଅଳ୍ପ ଦିନରେ ଗ୍ରାହକଙ୍କୁ ଭଲ ରିଟର୍ଣ୍ଣ ଦେଇଥାଏ ପୋଷ୍ଟାଲ । ହେଲେ ପୋଷ୍ଟାଲରେ ମାତ୍ର କିଛି ମାସ ଟଙ୍କା ରଖିବା ପରେ ଅଧିକ ସୁଧ ମିଳୁଥିବା ସ୍କିମ୍‌ ବିଷୟରେ ଆପଣ ହୁଏତ ଜାଣିନଥିବେ । ଆସନ୍ତୁ ଜାଣିବା...

ଅଧିକ ପଢ଼ନ୍ତୁ: ପୋଷ୍ଟ ଅଫିସ୍‌ର ଦମ୍‌ଦାର ସ୍କିମ୍‌ ! ଦିନକୁ ୩୩୩ ଟଙ୍କା ରଖନ୍ତୁ, ୧୬ ଲକ୍ଷ ଟଙ୍କା ପାଆନ୍ତୁ...

ଏହି ଯୋଜନାର ନାଁ ହେଉଛି ‘କିଷାନ ବିକାଶ ପତ୍ର’ ଯୋଜନା । ଏଥିରେ ଆପଣଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ । ଏହି ସ୍କିମ୍‌ରେ ଆପଣ ଟଙ୍କା ରଖିଲେ, ଆପଣଙ୍କ ଟଙ୍କା ୧୧୫ ମାସରେ ଡବଲ୍‌ ହୋଇଯିବ । ଅର୍ଥାତ୍‌ ପାଖାପାଖି ୧୦ ବର୍ଷ ମଧ୍ୟରେ ଆପଣ ଦ୍ୱିଗୁଣା ଟଙ୍କା ପାଇବେ ।

ଯଦି ଆପଣ ଏହି ସ୍କିମ୍‌ରେ ୧୦ ଲକ୍ଷ ଟଙ୍କା ୧୧୫ ମାସ ପାଇଁ ରଖନ୍ତି । ତେବେ ଆପଣ ୨୦ ଲକ୍ଷ ଟଙ୍କା ପାଇପାରିବେ । ଅର୍ଥାତ୍‌ ୭.୫ ପ୍ରତିଶତ ସୁଧ ହିସାବରେ ୧୦ ବର୍ଷ ପରେ ଆପଣଙ୍କ ଟଙ୍କା ଦ୍ୱିଗୁଣିତ ହୋଇଯିବ ।

ଏହି ସ୍କିମ୍‌ରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ଠାରୁ ଅଧିକ ରଖିପାରିବେ । ଅଧିକ ଜାଣିବା ପାଇଁ ଆପଣଙ୍କ ନିକଟସ୍ଥ ପୋଷ୍ଟ ଅଫିସ୍‌ ବ୍ରାଞ୍ଚ ସହ କଥା ହୋଇ ଜାଣିପାରିବେ ।