Advertisment

ମରଣ ଯନ୍ତା ବସେଇ ଜଗିଛି ଯମ ! ଦୁର୍ଘଟଣାରେ ଯାଉଛି ଜୀବନ

ତପ୍ତପାଣି ଘାଟି ରାସ୍ତା ଦେଇ ଗଜପତି, ରାୟଗଡା, କୋରାପୁଟ, ଜୟପୁର ସହ ଗଞ୍ଜାମକୁ ପ୍ରତ୍ୟକ ଦିନ ଯାତାୟାତ କରିଥାଏ ଶହ ଶହ ବସ୍ ଓ ଟ୍ରକ୍ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀ ସବୁବେଳେ ସୁରକ୍ଷିତ ଭାବେ ଘାଟିପାର ହେବା ପାଇଁ କରନ୍ତି ଇଷ୍ଟ ସ୍ମରଣ ।

ଅଦ୍ୟତନ ହୋଇଛି
Taptapani Ghat Road Accident Cases

Taptapani Ghat

Advertisment

ପ୍ରାକୃତିକ ଶୋଭାରାଜି ଭରା ତପ୍ତପାଣି ଘାଟି । ଗଞ୍ଜାମ ଗଜପତି ସୀମାନ୍ତ ପାହାଡ଼ର ପାଦ ଦେଶରେ ରହିଥିବା ଏହି ଘାଟି ଦେଇ ଦିନକୁ ହଜାର ହଜାର ଯାନବାହନ ଚଳାଚଳ ହୋଇଥାଏ । ଏ ଘାଟି ଅଞ୍ଚଳରେ ଯାତ୍ରା କରିବା ଯେତିକି ମନୋରମ ସେତିକି ଭୟାବହ । କାରଣ ଏଇ ରାସ୍ତାରେ ଜଗି ରହିଥାଏ ମୃତ୍ୟୁ ରୂପୀ ଯମ । 

Advertisment

ତପ୍ତପାଣି ଘାଟି ରାସ୍ତା ଦେଇ ଗଜପତି, ରାୟଗଡା, କୋରାପୁଟ, ଜୟପୁର ସହ ଗଞ୍ଜାମକୁ ପ୍ରତ୍ୟେକ ଦିନ ଯାତାୟାତ କରିଥାଏ ଶହ ଶହ ବସ୍ ଓ ଟ୍ରକ୍ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀ ସବୁବେଳେ ସୁରକ୍ଷିତ ଭାବେ ଘାଟିପାର ହେବା ପାଇଁ କରନ୍ତି ଇଷ୍ଟ ସ୍ମରଣ । କାହିଁକିନା ସମସ୍ତ ଯାତ୍ରୀ ଜାଣନ୍ତି ଦୁର୍ଘଟଣାର କେନ୍ଦ୍ର ବିନ୍ଦୁ ପାଲଟିଥିବା ଏଇ ଘାଟି ରାସ୍ତାରେ ସବୁବେଳେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ।

ଅଧିକ ପଢ଼ନ୍ତୁ: ପାର୍କିଂ ହୋଇଥିବା ଗାଡ଼ିକୁ ଧକ୍କା ଦେଲା କାର୍; ଚାଲିଗଲା ୬ଜୀବନ

ଆଉ ବହୁ ସମୟରେ କେତେ ଅନେକ ଯାତ୍ରୀଙ୍କ ଜୀବନ ବି ଅକାଳରେ ଚାଲିଯାଇଛି । ସ୍ଥାନେ ସ୍ଥାନେ ଅଣଓସାରିଆ ହେବା ସହ ୟୁ-ଟର୍ନ, ଏସ୍-ଟର୍ନ, ବଡ଼ ବଡ଼ ଉଠାଣି ଗଡାଣି, ସଂକୀର୍ଣ୍ଣ ପୋଲ, ଖାଲ ଖମା ଥିବାରୁ ଏଇ ରାସ୍ତାରେ ଗାଡ଼ି ଚାଳନା କରିବା ବଡ଼ କଷ୍ଟକର । ତେଣୁ ଅନେକ ସମୟରେ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ଏଠି ଘଟିଥାଏ ମର୍ମନ୍ତୁଦ ଦୁର୍ଘଟଣା ।

Advertisment

ତପ୍ତପାଣି ଘାଟି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଥିବାରୁ ଏଠି ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ଏଥିପାଇଁ ଘାଟି ରାସ୍ତାକୁ ଓସାରିଆ କରିବାକୁ ସ୍ଥାନୀୟ ଲୋକ ବାରମ୍ୱାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ତଥ୍ୟ ଅନୁଯାୟୀ ୨୦୨୧ ରେ ୧୭ ଟି ଦୁର୍ଘଟଣା ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ,୨୦୨୨ ରେ ୧୯ ଟି ଦୁର୍ଘଟଣାରେ ୧୦ ଜଣ ,୨୦୨୩ରେ ୨୫ ଟି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଏକାଧିକ ଲୋକ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ।

ତଥାପି ଏହାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପଦକ୍ଷେପ ନେଉନାହାଁନ୍ତି । ଯଦି ଆଗମୀ ଦିନରେ ପରିବହନ ବିଭାଗ ଓବଂ ଜିଲ୍ଲା ପ୍ରଶାସନ ସଠିକ୍ ପଦକ୍ଷେପ ନନିଏ ତେବେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସାଧାରଣ ଲୋକେ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଅଙ୍ଗନବାଡ଼ି ଭିତରେ ଜଗିଛି ଯମ ! କାନ୍ଥ ଫାଟି ଆଁ କରିଛି, ଛାତରେ ଦିଶିଲାଣି ଲୁହାଛଡ଼

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ