Advertisment

ରୋଷେଇ ଘରେ ହେଉଛି କି ଗ୍ୟାସ୍‌ ଲିକ୍‌ ? ଆପଣାନ୍ତୁ ଏହି ୪ ଉପାୟ

ଘରକୁ ଆସୁଥିବା କିଛି ଗ୍ୟାସ ସିଲିଣ୍ଡରରେ ଲିକେଜ୍‌ ରହୁଥିବା ବେଳେବେଳେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଡର ରହିଥାଏ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
LPG Cylinder Leak

LPG Cylinder Leak

ଏଣିକି ପ୍ରାୟ ସମସ୍ତେ ଗ୍ୟାସରେ ରୋଷେଇ କରୁଛନ୍ତି । ପ୍ରତ୍ୟେକ ରୋଷେଇ ଘରେ ଗ୍ୟାସର ଚାହିଦା ବଢ଼ିଛି । ହେଲେ ଗ୍ୟାସରେ ରୋଷେଇ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । କାରଣ ଘରକୁ ଆସୁଥିବା କିଛି ଗ୍ୟାସ ସିଲିଣ୍ଡରରେ ଲିକେଜ୍‌ ରହୁଥିବା ବେଳେବେଳେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଡର ରହିଥାଏ । ତେବେ ଆସନ୍ତୁ ଜାଣିବା ଯଦି କେବେ ଗ୍ୟାସ ଲିକ୍‌ ହୁଏ ତେବେ ଆପଣ କ’ଣ କରିବେ...

Advertisment

୧. ଆପଣଙ୍କ ଘରେ ରହିଥିବା ଗ୍ୟାସ୍ ଯଦି ଲିକ୍ ହେଉଛି, ତେବେ ଆପଣ ସର୍ବପ୍ରଥମେ ଘରର କବାଟ ଏବଂ ଝରକା ଗୁଡ଼ିକୁ ଖୋଲା କରିଦିଅନ୍ତୁ । ଖାଲି ସେତିକି ନୁହେଁ, ଘରର ଲାଇଟ୍ ସୁଇଚ୍ ଗୁଡ଼ିକୁ ଅନ୍ କରନ୍ତୁ ନାହିଁ କିମ୍ବା ଯଦି ଅନ୍ ଅଛି ଅଫ୍ କରନ୍ତୁ ନାହିଁ। । ଭୁଲରେ ବି ଦିଆସିଲି ଲଗାନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣ ସୁରକ୍ଷିତ ରହିପାରିବେ । କାରଣ ଏପରି କରିବା ଯୋଗୁ ଅଗ୍ନିକାଣ୍ଡ ଘଟିବାର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ ।

୨. ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେଉଥିବା ଜାଣିବା ପରେ ଆପଣ ତୁରନ୍ତ ରେଗୁଲେଟର ବନ୍ଦ କରନ୍ତୁ । ଏହା କରିବା ଦ୍ୱାରା ଗ୍ୟାସ୍‌ ଲିକ୍‌ ହେବା ବନ୍ଦ ହୋଇଯାଥାଏ । ଯଦି ବି ଏହା କରିବା ପରେ ମଧ୍ୟ ଗ୍ୟାସ୍‌ ଲିକ୍‌ ବନ୍ଦ ନହୁଏ ତେବେ ତୁରନ୍ତ ସିଲିଣ୍ଡରରୁ ରେଗୁଲେଟର ବାହାର କରି ସିଲିଣ୍ଡରର କ୍ୟାପ୍‌ ଲଗାଇଦେବା ଉଚିତ୍‌ ।

Advertisment

୩. ଏହା ଛଡ଼ା ଯଦି ଗ୍ୟାସ ଲିକ୍‌ ଅଧିକ ମାତ୍ରାରେ ହେଉଥାଏ । ତେବେ ତୁରନ୍ତ ଗ୍ୟାସ୍ ଡିଲର କିମ୍ବା ଏଜେନ୍ସି ସହିତ ଯୋଗାଯୋଗ କରିନେବା ଉଚିତ୍‌ । ସେମାନଙ୍କୁ ଅଭିଯୋଗ କରିବା ପରେ ସେମାନେ ଆପଣଙ୍କ ଗ୍ୟାସ୍ ସିଲିଣ୍ଡରକୁ ବଦଳାଇ ଏକ ନୂଆ ସିଲିଣ୍ଡର ପ୍ରଦାନ କରିବେ । ଏଠାରେ ମନେରଖନ୍ତୁ, ସିଲିଣ୍ଡର ନେବାବେଳେ ଡିଲରଙ୍କ ଠାରୁ ଲିକେଜ୍ ନିଶ୍ଚୟ ଯାଞ୍ଚ କରନ୍ତୁ ।

୪. ଶେଷରେ କହିରଖିବୁ, ଯଦି ଅପଣଙ୍କ ସିଲିଣ୍ଡର ଲିକ୍‌ କରୁଛି । ଆଉ ନିଆଁ ମଧ୍ୟ ଧରି ସାରିଛି । ତେବେ ତଥାପି ଭୟ ନକରି କମ୍ବଳ କିମ୍ବା ମୋଟା ଚାଦରକୁ ପାଣିରେ ଭିଜାଇ ସିଲିଣ୍ଡକୁ ଘୋଡାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ନିଆଁ ଆୟତ୍ତ ହୋଇଯିବ ।

LPG Cylinder
Advertisment
Advertisment