Advertisment

କଟକ ବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା: ପ୍ରଥମେ ବିଦ୍ୟୁତ୍‌ ବିଭ୍ରାଟ, ଏବେ ପାଣି ଆସୁନି...

ପ୍ରଥମେ ବିଦ୍ୟୁତ୍‌ ବିଭ୍ରାଟ, ଏବେ ପାଣି ସମସ୍ୟା। ଦିନକ ଆଗରୁ ବିଦ୍ୟୁତ୍‌ ନ ଥିଲା । ଆଜି ପାଣି ଆସୁନାହିଁ ।  କଟକ ବଡ଼ ଡାକ୍ତରଖାନାରେ ବଡ଼ ସମସ୍ୟା।

author-image
Rajalaxmi Sahoo
Water shortage hits SCB Medical in Cuttack

Water shortage hits SCB Medical in Cuttack

ପ୍ରଥମେ ବିଦ୍ୟୁତ୍‌ ବିଭ୍ରାଟ, ଏବେ ପାଣି ସମସ୍ୟା। ଦିନକ ଆଗରୁ ବିଦ୍ୟୁତ୍‌ ନ ଥିଲା । ଆଜି ପାଣି ଆସୁନାହିଁ ।  କଟକ ବଡ଼ ଡାକ୍ତରଖାନାରେ ବଡ଼ ସମସ୍ୟା। ଗତକାଲି ରାତିରୁ ମେଡିକାଲ୍‌ର ବିଭିନ୍ନ ୱାର୍ଡକୁ ଆଦୌ ପାଣି ଆସୁନଥିବା ଦେଖିବାକୁ ମିଳିଥିଲା। ଯଦିଓ ଆଜି ସକାଳେ କିଛି ସମୟ ପାଣି ଆସିଥିଲା, ହେଲେ ଏହା ଯଥେଷ୍ଟ ନୁହେଁ।

Advertisment

ଏତେ କମ୍ ପାଣି ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ୨୦-୨୫ ମିନିଟ୍‌ ସମୟ ଲାଗୁଛି। ମେଡିକାଲ୍‌ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ସୂଚନାଥାଉ କି, ଶନିବାର ଦିନ କଟକ SCB ମେଡିକାଲ୍‌ରେ ୧୦ ଘଣ୍ଟା ବିଦ୍ୟୁତ୍‌ ନଥିଲା। ଏହାର ପରଦିନ ଅର୍ଥାତ୍‌ ରବିବାର ଦିନ ମଧ୍ୟ ସମାନ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା।SCBର ଆଞ୍ଚଳିକ ନିଦାନ କେନ୍ଦ୍ରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିଲା।

Advertisment

ବିଦ୍ୟୁତ ନଥିବାରୁ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ଇତ୍ୟାଦି ବନ୍ଦ ରହିଥିଲା। ଫଳରେ ରୋଗୀ, ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ହଇରାଣ ହୋଇଥିଲେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ।

SCB Medical
Advertisment
Advertisment