Advertisment

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ସବୁ ବୁଥ୍‌ରେ କଡ଼ା ସୁରକ୍ଷା

ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Election

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି। ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍। ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୨୫୪ ପଞ୍ଚାୟତରେ ଚାଲିଛି ମତଦାନ ଏଥର ମଇଦାନରେ ଅଛନ୍ତି ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ।

Advertisment

ସେହିପରି ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ। ୧୭ ହଜାର ୮୯ଟି ବୁଥ୍‌ରେ ଆଜି ମତଦାନ ହେଉଥିବା ବେଳେ ୨ ହଜାର ୫୬୩ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରଥମ ତିନିଟି ପର୍ଯ୍ୟାୟରେ ଯେଉଁ ସବୁ ସ୍ଥାନରେ ଭୋଟ୍ ସରିଗଲାଣି, ବାଲାଟ୍ ବାକ୍ସକୁ ବ୍ଲକ ସଦର ମହକୁମାର ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଇଛି। କଡ଼ା ପୋଲିସ ପହରା ଓ ସିସିଟିଭିର ତୀକ୍ଷ୍ଣ ନଜରରେ ରହିଛି ଭୋଟ ବାକ୍ସ।   

Advertisment

ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୪୫ଟି ବୁଥ୍‌ରେ ସାନି ଭୋଟ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହି ସବୁ ବୁଥ୍‌ରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ ହେବ। ଏବେ ସୁଦ୍ଧା ଝାରସୁଗୁଡ଼ା, ଦେବଗଡ଼ ଓ ବୌଦ୍ଧ ଜିଲ୍ଲାର ସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆଜି(ମଙ୍ଗଳବାର) ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ସଂପୂର୍ଣ୍ଣ ସରିଯିବ।  

Odisha Panchayat Polls Odisha Panchayat Elections
Advertisment
Advertisment