/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662981822.jpg)
Train Derailed
ପୁଣି ଲାଇନ୍ଚ୍ୟୁତ ହେଲା ପାସେଞ୍ଜର ଟ୍ରେନ । ଏକଥରେ ୪ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା । ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ତେବେ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବିଶେଷ ସୂଚନା ମିଳିନାହିଁ । ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିବା ଖବର ଆସିଛି । ୪ଟି ବଗି ଲାଇନଚ୍ୟୁତ ହୋଇଥିଲେ ବି ସବୁ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଘଟଣାସ୍ଥଳକୁ ବରିଷ୍ଠ ରେଳ ଅଧିକାରୀ ପହଞ୍ଚିବା ପରେ ମରାମତି କାମ ଆରମ୍ଭ ହୋଇଛି । ଫସିଥିବା ଯାତ୍ରୀମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେନେଇ ବ୍ୟବସ୍ଥା କରୁଛି ରେଳ ବିଭାଗ ।
ଏହି ଘଟଣାରେ ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନ ସସ୍ପେଣ୍ଡ । ୨ ଜଣଙ୍କୁ ସସ୍ପେଣ୍ଡ ନେଇ ଡିଆରଏମ୍ ଅନୁପ ଶତପଥୀଙ୍କ ସୂଚନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)