Advertisment

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ବାଣ କଟକଣା ଢୋ, କାନରେ ହାତଦେଇ ବସିପଡ଼ିଲା ସିପି !

ମନେପକାନ୍ତୁ, ୨ ଦିନ କଣ କହିଥିଲା ପୋଲିସ କମିଶନରେଟ୍। ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
CM at Kalinga Stadium

CM at Kalinga Stadium

ଭୁବନେଶ୍ୱର: କମିଶନରେଟ୍ ପୋଲିସର ନିର୍ଦ୍ଦେଶର ଧଜିଆ ଉଡାଇଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। କମିଶନରେଟ୍‌ ପୋଲିସ୍ କହିଲା ଗୋଟିଏ, ସରକାରୀ ବାବୁମାନେ କଲେ ଆଉ ଗୋଟିଏ। ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ମନା ଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ଏହି ଆଇନ୍‌ର କିଭଳି ଉଲଂଘନ କରାଯାଇଛି, ତାହା ଏହି ଭିଡିଓରୁ ଜଣାପଡୁଛି।

Advertisment

ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଓରିଏଣ୍ଟସନ୍‌ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ଅବସରରରେ ଘନଘନ ବାଣ ଫୁଟିଥିବାର ଦେଖିବାକୁ ମିଳିଥିଲା। ଏତେ ମାତ୍ରାରେ ବାଣ ଫୁଟିଥିଲା ଯେ, କଳିଙ୍ଗ ଷ୍ଟାଡିୟମ ସହ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହେବାସହ, ସେଠାକାର ପରିବେଶ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା। ଏଭଳି ତାବଦା ବାଣ ଶବ୍ଦରେ ଛାନିଆଁ ହୋଇ ଗୋରୁ ଗାଈ ମଧ୍ୟ ଦୌଡୁଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଅପରପଟେ ମୁଖ୍ୟମନ୍ତ୍ରୀଙ୍କ ସମେତ ଖୋଦ୍‌ 5T ସଟିବ, ସରକାରୀ ବାବୁ, ଉପସ୍ଥିତ ମନ୍ତ୍ରୀମାନେ ବେଶ ଉପଭୋଗ କରୁଥିଲେ। କିନ୍ତୁ ନିୟମକୁ ଗୋଡ଼ ତଳେ ମକଚି ଦେଇଥିଲେ।

ମନେପକାନ୍ତୁ, ୨ ଦିନ ତଳେ କଣ କହିଥିଲା ପୋଲିସ କମିଶନରେଟ୍। ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ। ଏପରିକି ବାହାଘର ଶୋଭାଯାତ୍ରାରେ ଡିଜେ ବାଜିଲେ ୦୬୭୪-୨୫୪୦୨୯୪ ନମ୍ବରରେ ଜଣାଇବାକୁ କହିଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ଡିଜେ, ବାଣ ଉପରେ କଟକଣା ରହିଛି ବୋଲି କହିଥିଲେ। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। 

Advertisment
CM Program କାର୍ଯ୍ୟକ୍ରମରେ ବାଣ ଫୁଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି

ତାହାହେଲେ ଏଠି ପ୍ରଶ୍ନ ସାଧାରଣ ଲୋକଙ୍କ ପାଇଁ ନିୟମ ଗୋଟିଏ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ନିୟମ ଆଉ ଗୋଟିଏ? ଭୁବନେଶ୍ୱରରେ ବାଣ ଫୁଟାଇବା ଉପରେ କଟକଣା ଥିବା ବେଳେ ଆଇନ୍ ଉଲ୍ଲଂଘନ ଦାୟୀ କିଏ ? କଳିଙ୍ଗ ଷ୍ଟାଡିୟମ ଠାରୁ ପୋଲିସ୍ କମିଶନରେଟ୍‌ ଅଫିସ ମାତ୍ର ଦେଢ କିମି। କିନ୍ତୁ ଆଜି ସେଇ ଆଖି ଆଗରେ ନିୟମର ଧଜିଆ ଉଡିବା ପରେ ନିରିବଦ୍ରଷ୍ଟା ସାଜିଛି କମିଶନରେଟ୍ ପୋଲିସ। ଆଇନ୍‌ ଫୁ’ କରିଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଉପରେ ପଦକ୍ଷେପ ନେଇପାରିବ ତ ପୋଲିସ୍ ? ନା କାନରେ ହାତ ଦେଇ ବସିପଡ଼ିବ?

Bhubaneswar Kalinga Stadium CM Naveeen Pattnaik
Advertisment
Advertisment