• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।

ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଯାଞ୍ଚ କରାଯାଇଛି । ଏହି ସ୍ଥାନ ଗୁଡିକ ମଧ୍ୟରୁ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରରେ ଏକକାଳୀନ ରେଡ୍ ହୋଇଛି । ଏହି ରେଡ୍‌ରେ ଭିଜିଲାନ୍ସର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ର ମିଳିତ ୪ଟି ଟିମ୍ ଉପସ୍ଥିତ ଥିବା ଜଣାପଡିଛି ।

ସେହିପରି, ଗତ ଫେବୃଆରୀ ୩ ତାରିଖରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ କରି ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଏମିତିକି ସରକାରୀ ବାବୁଙ୍କ ଅଚଳାଅଚଳ ସମ୍ପତ୍ତି ଦେଖି କାବା ହୋଇଥିଲା ଭିଜିଲାନ୍ସ। ଲକ୍ଷେ କି ୨ ଲକ୍ଷ ନୁହେଁ, ଯୋଗାଣ ଅଧିକାରୀଙ୍କ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।