Advertisment

ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Vigilance sleuths raid office, residence of Rourkela Assistant Collector. Details awaited

Vigilance sleuths raid office, residence of Rourkela Assistant Collector. Details awaited

ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।

Advertisment

ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଯାଞ୍ଚ କରାଯାଇଛି । ଏହି ସ୍ଥାନ ଗୁଡିକ ମଧ୍ୟରୁ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରରେ ଏକକାଳୀନ ରେଡ୍ ହୋଇଛି । ଏହି ରେଡ୍‌ରେ ଭିଜିଲାନ୍ସର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ର ମିଳିତ ୪ଟି ଟିମ୍ ଉପସ୍ଥିତ ଥିବା ଜଣାପଡିଛି ।

ସେହିପରି, ଗତ ଫେବୃଆରୀ ୩ ତାରିଖରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ କରି ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଏମିତିକି ସରକାରୀ ବାବୁଙ୍କ ଅଚଳାଅଚଳ ସମ୍ପତ୍ତି ଦେଖି କାବା ହୋଇଥିଲା ଭିଜିଲାନ୍ସ। ଲକ୍ଷେ କି ୨ ଲକ୍ଷ ନୁହେଁ, ଯୋଗାଣ ଅଧିକାରୀଙ୍କ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

Advertisment
Vigilance Raid
Advertisment
Advertisment