Advertisment

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଚଢ଼ଉ ଜାରି ରହିଥିବାରୁ ତାଙ୍କର ମୋଟ୍ ସଂପତ୍ତିର ଆକଳନ କରାଯାଇନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
Vigilance Raid

Vigilance Raid

କେନ୍ଦୁଝର ବୈତରଣୀ କେନାଲ ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଘର, ଅଫିସ, କ୍ୱାର୍ଟର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ ଚାଲିଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଭିଜିଲାନ୍ସର ୮ଟି ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି।

Advertisment

ଉମେଶଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ କ୍ୱାର୍ଟର, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ନନ୍ଦିପଦା ବେକ୍ତିରାରେ ଥିବା ପୈତୃକ ବାସଭବନ, ଯାଜପୁର କୁଆଖିଆ ମଠସାହିରେ ଥିବା ଶ୍ୱଶୁର ଘର, ଭଦ୍ରକର ଅପର୍ତ୍ତିବିନ୍ଧାରେ ସ୍ତ୍ରୀଙ୍କ ନାଁରେ ଥିବା ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ, ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳରେ ଥିବା ପ୍ଲଟ, କେନ୍ଦୁଝର ଆନନ୍ଦପୁରର ଶୁଡୁଶୁଡ଼ଇରେ ଥିବା ପ୍ଲଟ ଉପରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ଚଢ଼ଉ ଜାରି ରହିଥିବାରୁ ତାଙ୍କର ମୋଟ୍ ସଂପତ୍ତିର ଆକଳନ କରାଯାଇନାହିଁ।

Vigilance Raid Vigilance Scanner
Advertisment
Advertisment