Advertisment

ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ନେଇ କ୍ଷମା ମାଗିଲେ କୁଳପତି

ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି।

ଅଦ୍ୟତନ ହୋଇଛି
Vice Chancellor Apologies Over Powercut Issues

Vice Chancellor apologies over powercut issues

Advertisment

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ବିରାଟ ବିଭ୍ରାଟ। ବାରିପଦାର MSCB ୟୁନିଭରସିଟିରେ ରାଷ୍ଟ୍ରପତି ଭାଷଣ ଦେଉଥିବା ବେଳେ ହଠାତ ଚାଲିଗଲା ଲାଇନ। ଷ୍ଟେଜରେ ରାଷ୍ଟ୍ରପତି ଥିବା ବେଳେ ପୁରା ଅଡିଟୋରିଅମ ଅନ୍ଧାର ହୋଇଗଲା। ସମାବର୍ତ୍ତନ ଉତ୍ସବରେ ସେ ଭାଷଣ ଦେବାର ଅଳ୍ପ ସମୟ ପରେ ହିଁ ବିଜୁଳି ଚାଲିଗଲା। 

Advertisment

ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି। ଏହି ସମୟରେ ପୁରା ହଲ୍ କିଟିକିଟି ଅନ୍ଧାର ହୋଇ ଯାଇଥିଲା। ଏପରିକି ତାଙ୍କ ସୁରକ୍ଷାକର୍ମୀ ବି ଦିଶିଲେ ନାହିଁ । ପୁରା ୯ ମିନିଟ ଯାଏ ଏପରି ଅନ୍ଧାର ହୋଇଥିଲା।

ଅଧିକ ପଢ଼ନ୍ତୁ: ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ! ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

Advertisment

ଏଭଳି ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଲେ। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି। ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା, ଦୁଃଖ ପ୍ରକାଶ କରୁଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ। ୩ ଜଣିଆ ତଦନ୍ତ କମିଟି କରାଯାଇଛି, ୧୨ ସୁଦ୍ଧା ରିପୋର୍ଟ ଦେବେ। ରିପୋର୍ଟ ପାଇଲା ପରେ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ହେବ। ମୋତେ ବହୁତ ଅପମାନିତ ଲାଗିଛି। ଯଦି ଇସ୍ତଫା ଦେବାକୁ ପଡ଼େ, ମୁଁ ଦେଇଦେବି ବୋଲି କହିଛନ୍ତି।

Advertisment

ଅନ୍ଧାରରେ ଭାଷଣ ଦେଲା ବେଳେ ଅସନ୍ତୋଷ ବ୍ୟକ୍ତ କରିଥିଲେ ରାଷ୍ଟ୍ରପତି। ଭାଷଣ ଛଳରେ କହିଥିଲେ- ସୁନ୍ଦର ଯେତିକି, ଅନ୍ଧାର ସେତିକି... ଆଜି ଆମେ ଅନ୍ଧାରରେ ବସିଛୁ।

President Of India Vice Chancellor Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ