/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683355459.jpg)
President Of India Droupadi Murmu
ଏକ ଅଭାବନୀୟ ଘଟଣାକ୍ରମରେ ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ MSCBU ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଯାଇଥିଲା । ତେବେ ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ ।
ଅଧିକ ପଢ଼ନ୍ତୁ: ଗସ୍ତର ଦ୍ୱିତୀୟ ଦିନରେ ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି
ହଲରେ ପୂରା କିଟିକିଟି ଅନ୍ଧାରରେ ବସିରହିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଦାୟିତ୍ୱହୀନତା ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେପଟେ ଏହି ଅନ୍ଧାର ହେବାକୁ ନେଇ ସ୍ୱୀକାର କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ । ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଅନ୍ଧାର ହୋଇଥିବା ନେଇ ମାନିଛି ବିଭାଗ । ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ବିଜୁଳି ନଥିବା କଥା ସ୍ୱୀକାର କରିଛି । ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା ବେଳେ ରାଷ୍ଟ୍ରପତି ପୋଡିୟମ ଲାଇଟ୍ରେ ଭାଷଣ ଜାରି ରଖିଥିଲେ। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ I &PR ବିଭାଗ ଦୁଃଖ ପ୍ରକାଶ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)