• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଘଟିଲା ଲଜ୍ଜାକର ଘଟଣା । ଅନ୍ଧାରରେ ଭାଷଣ ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ । MSCBU ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସେପଟେ ହଲରେ ପୂରା କିଟିକିଟି ଅନ୍ଧାରରେ ବସିଥିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ଆସିଥିବା ସୂଚନା ମିଳିଛି । ତେବେ ଏଭଳି ଦାୟିତ୍ୱହୀନତା ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି . . .

୧. ଗୁରୁତର ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

୨. ଦେଶର ପ୍ରଥମ ନାଗରିକଙ୍କ ସଭାରେ ଏଭଳି ବିଭ୍ରାଟ ହୋଇପାରିଲା କେମିତି ?

୩ . ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ ଏଭଳି ଦାୟିତ୍ୱହୀନ ବ୍ୟବସ୍ଥା କାହିଁକି ?

୪. ଏଭଳି ଲଜ୍ଜାଜନକ ଘଟଣା କେମିତି ଘଟିଗଲା ?

୫. ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିଲା କି ?

୬. ଯଦି ଜେନେରେଟର୍ ଥିଲା, କାହିଁକି ବ୍ୟବହାର କରାଯାଇନଥିଲା ?

୭. ‘ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖିତ’ ଦର୍ଶାଇ ସରବରାହ ସଂସ୍ଥା ହାତ ଟେକିଦେବା କେତେ ଠିକ୍ ?

୮. ଯଦି ସଭାଗୃହ ଇଡକୋ ତତ୍ତ୍ୱାବଧାନରେ ଥିଲା, ପୂର୍ବରୁ ଯାଞ୍ଚ କରାଯାଇନଥିଲା କି ?

୯. କେଉଁ କେଉଁ ଦାୟୀ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ?

ସେପଟେ ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ହୋଇଥିବା ନେଇ କ୍ଷମା ମାଗିଲେ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ । ଏଭଳି ତ୍ରୁଟି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ‘ବିଲଡିଂ ଇଡକୋ ତିଆରି କରିଥିବା ବେଳେ ଜେନେରେଟର ବି ସଜାଡ଼ିଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଡେଡିକେଟେଡ ଜେନେରେଟର ଥିଲା, ହେଲେ ସେଇଟା ବି କାମ ଦେଲାନି । ଏଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡ଼ିଲା । ତେବେ ଏହି ଘଟଣା ପାଇଁ ସେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇନାହାନ୍ତି ।

ସେ କହିଛନ୍ତି, ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ । ଏଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି । ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ।