Advertisment

ଯଦି ଲୋକଙ୍କ କଥା ଶୁଣିଥାନ୍ତି, ବୋଧହୁଏ ଆଜି ମୁଁ ଏଠି ନଥାନ୍ତି: ତପସ୍ୱିନୀ

ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି।  କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।

author-image
Chandan Shishu
Berhmapur Bride

Berhmapur Bride

ବ୍ରହ୍ମପୁର: ନିଜ କଠୋର ତପସ୍ୟାରେ ଅଟଳ ଅଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାଶ। ଆଜିକୁ ୪୩ ଦିନ ଧରି ଧାରଣା ଜାରି ରଖିଛନ୍ତି ତପସ୍ୱିନୀ। ବ୍ରହ୍ମାନଗରର ନିଜ ଶ୍ୱଶୂରଘର ଦାଣ୍ଡ ଦୁଆରେ ଏବେ ବି ତପସ୍ୱିନୀ ଦାଶ ଧାରଣା ଦେଇଛନ୍ତି। ତେବେ ଆସନ୍ତାକାଲି ଜିଲ୍ଲା କୋର୍ଟରୁ ରାୟ ପ୍ରକାଶ ପାଇବ। ଏନେଇ ତପସ୍ୱିନୀ କହିଛନ୍ତି ଯେ, ପ୍ରଥମେ ଯେତେବେଳେ କୋର୍ଟ ରାୟ ଦେଇଥିଲେ ଯେ ଆମେ ଏକାଠି ୭ ଦିନ ରହିବୁ। କିନ୍ତୁ ପରେ ସେହି ରାୟକୁ କୋର୍ଟ ଦୋହରାଇଥିଲେ। କିନ୍ତୁ ସେହି ଅର୍ଡରୁ ସୁମିତ ମାନି ନଥିଲେ। କାଲି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ ବୋଲି ମୁଁ ଆଶା କରୁଛି। 

Advertisment

ସେ ଆହୁରି କହିଛନ୍ତି ଯେ ମୁଁ ଛାତିକୁ ପଥର କରିଦେଇଛି। ଲୋକ ଭଲ କୁହନ୍ତୁ କିମ୍ବା ଖରାପ କୁହନ୍ତୁ, ମୁଁ ତାହାକୁ ଗ୍ରହଣ କରିବି। ଯଦି ଲୋକ କଣ କହୁଛନ୍ତି, ମୁଁ ଯଦି ଦେଖିଥାନ୍ତି ବୋଧହୁଏ ଆଜି ମୁଁ ଏଠି ନଥାନ୍ତି। ଉଭୟଙ୍କ ସହମତିରେ ଆମେ ଲଭ ମ୍ୟାରେଜ ଓ ରେଜିଷ୍ଟ୍ରି ମ୍ୟାରେଜ କରିଥିଲୁ। କିନ୍ତୁ ଶାଶୂ ଘର ଲୋକେ ନିର୍ଯାତନା ଦେଇଚାଲିଲେ। ମୋ ଯନ୍ତ୍ରଣାରୁ ମୁକ୍ତି ପାଇଁ ମୁଁ ଏଠି ବସିଛି। ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି।  କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।  

ବ୍ରହ୍ମାନଗରର ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ତପସ୍ୱିନୀଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ଏସ୍‌ଡିଜେଏମ୍ କୋର୍ଟ । ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ଏସ୍‌ଡିଜେଏମ୍ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ରାୟ ଆସନ୍ତାକାଲି ପ୍ରକାଶ ପାଇବ। 

Advertisment

ତପସ୍ୱିନୀଙ୍କ ଅଭିଯୋଗ, ଶ୍ୱଶୂର(ପ୍ରମୋଦ ସାହୁ)ଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ।

Love Marriage Berhmapur Bride Tapaswini
Advertisment
Advertisment