Advertisment

ତପସ୍ୱିନୀ-ସୁମିତ୍ ମାମଲାର ପଡ଼ିବ କି ପୂର୍ଣ୍ଣଚ୍ଛେଦ ?

ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି।

author-image
Chandan Shishu
Tapaswini sumit dipute

Tapaswini sumit dipute

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ବିନୀ-ଡାକ୍ତର ସୁମିତ୍ ମାମାଲାରେ ଆଜି କୋର୍ଟରୁ ଆସିବ ରାୟ। ନିଜର ହକ୍ ପାଇଁ ଦୀର୍ଘ ୪୪ ଦିନ ହେବ ତପସ୍ପିନୀ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ଗ୍ୟାରେଜ୍ ରୁମ୍‌ରେ ଧାରଣାରେ ବସି ରହିଛନ୍ତି। ଆଜି ପାରିବାରିକ ମାମାଲାର ଚୁଡାନ୍ତ ରାୟ ଶୁଣାଇବେ କୋର୍ଟ। ବ୍ରହ୍ମପୁରର ତପସ୍ୱିନୀ ଗତ ଦେଢ଼ ମାସରୁ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି। ସ୍ୱାମୀ ଘରେ ରହିବାକୁ ଅନୁମତି ପାଇଁ ସେ ଦାବି ରଖିଛନ୍ତି।

Advertisment

ସେହିପରି ସୁମିତଙ୍କ ପରିବାର ପକ୍ଷରୁ ଦାଏର ହୋଇଛି ଛାଡ଼ପତ୍ର ମାମଲା। ଉଭୟଙ୍କ ଏହି ଟଣାଓଟରା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ନିମ୍ନ କୋର୍ଟରେ ମାମଲା ଅଗ୍ରାହ୍ୟ ହେବା ପରେ ତପସ୍ୱିନୀ ଜିଲ୍ଲା କୋର୍ଟକୁ ଯାଇଛନ୍ତି। ା ତେଣୁ ଆଜି କୋର୍ଟ କଣ ରାୟ ଦେଉଛନ୍ତି ତା ଉପରେ ନଜର ରହିଛି।

ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି। ପ୍ରଥମେ ଯେତେବେଳେ କୋର୍ଟ ରାୟ ଦେଇଥିଲେ ଯେ ଆମେ ଏକାଠି ୭ ଦିନ ରହିବୁ। କିନ୍ତୁ ପରେ ସେହି ରାୟକୁ କୋର୍ଟ ଦୋହରାଇଥିଲେ। କିନ୍ତୁ ସେହି ଅର୍ଡରୁ ସୁମିତ ମାନି ନଥିଲେ।

Advertisment

ସେ ଆହୁରି କହିଛନ୍ତି ଯେ ମୁଁ ଛାତିକୁ ପଥର କରିଦେଇଛି। ଲୋକ ଭଲ କୁହନ୍ତୁ କିମ୍ବା ଖରାପ କୁହନ୍ତୁ, ମୁଁ ତାହାକୁ ଗ୍ରହଣ କରିବି। ଯଦି ଲୋକ କଣ କହୁଛନ୍ତି, ମୁଁ ଯଦି ଦେଖିଥାନ୍ତି ବୋଧହୁଏ ଆଜି ମୁଁ ଏଠି ନଥାନ୍ତି। ଉଭୟଙ୍କ ସହମତିରେ ଆମେ ଲଭ ମ୍ୟାରେଜ ଓ ରେଜିଷ୍ଟ୍ରି ମ୍ୟାରେଜ କରିଥିଲୁ। କିନ୍ତୁ ଶାଶୂ ଘର ଲୋକେ ନିର୍ଯାତନା ଦେଇଚାଲିଲେ। ମୋ ଯନ୍ତ୍ରଣାରୁ ମୁକ୍ତି ପାଇଁ ମୁଁ ଏଠି ବସିଛି। ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି।  କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।  

Love Marriage Court Tapaswini-Sumit Dispute
Advertisment
Advertisment