/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665401615.jpg)
Vendors Penalty
ସ୍ମାର୍ଟସିଟି ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଯାଉଛି । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍ କରିବା ପାଇଁ ବିଏମ୍ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଭୁବନେଶ୍ୱର ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଏନେଇ କଡା ଚେତାବନୀ ଦେଇଛି ବିଏମ୍ସି ।
ସ୍ଥାନୀୟ ଲୋକଙ୍କୁ ଚେତାବନୀ ଦେବା ସହ ତାଗିଦ କଲେ BMC କମିଶନର ବିଜୟ ଅମୃତ କୁଲାଙ୍ଗେ । ଏଣିକି ପଚାସଢ଼ା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା କରାଯିବ । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି BMC କମିଶନର ବିଜୟ ଅମୃତ କୁଲାଙ୍ଗେ । ଡଷ୍ଟବିନ୍ ବ୍ୟବହାର ପାଇଁ ବ୍ୟବସାୟୀ ମାନଙ୍କ ସହ ବୈଠକ ବି ସାରିଛି ବିଏମସି । ମାତ୍ର ଏବେବି ଅନେକ ବ୍ୟବସାୟୀ ଡଷ୍ଟବିନ୍ ନ ରଖି ବାହାରେ ଅଳିଆ ପକାଉଛନ୍ତି । ଏପରିକି କିଛି ବ୍ୟବସାୟୀ ରାତିରେ ରାସ୍ତା ଉପରେ ଅଳିଆ ପକାଉଥିବା ମଧ୍ୟ ନଜରକୁ ଆସିଛି । ଏଣୁ ନିୟମ ଖିଲାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟବସାୟୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)