Advertisment

ବର୍ଷାଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ : ସତକୁ ସ୍ୱୀକାର କର

ବର୍ଷାଙ୍କ ଉପରେ ବର୍ଷିଲେ ଅନୁଭବ ମହାନ୍ତି । ଥାନାରେ ମିଛ ଏତଲା ଦେଉଛନ୍ତି ବର୍ଷା

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଥରେ ଚ୍ୟାଲେଞ୍ଜ କରି ସାଂସଦ ଅନୁଭବ ମହାନ୍ତି ସେମାନଙ୍କ ବୈବାହିକ ଜୀବନର ଆଉ କେତେକ ଗୋପନୀୟ କଥା ପଦାକୁ ଆଣିଛନ୍ତି । ପାରିବାରିକ ଜୀବନକୁ ନେଇ ତାଙ୍କର ୩ ନମ୍ବର ଭିଡିଓ ପ୍ରକାଶ ପାଇଛି। ତେବେ ଏହି ଭିଡିଓରୁ ଗୋଟିଏ କଥା ସ୍ପଷ୍ଟ ହେଉଛିଯେ, ଯେ କୌଣସି ମତେ ସବୁ ସତ ପଦାକୁ ଆଣିବା ପାଇଁ ସେ ଯେମିତି ପଣ କରିଛନ୍ତି । ପାରିବାରିକ ଜୀବନକୁ ନେଇ ଭିଡିଓ ପରେ ଭିଡିଓ ସୁଟ କରୁଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦ ତାଙ୍କ ପାଇଁ ଦୁର୍ବିସହ ହୋଇଗଲାଣି ବୋଲି ସେ ଏହି ଭିଡିଓରେ କହିଛନ୍ତି ।

Advertisment

ଏବେ ମୁଁ ସତ କହିବା ଆରମ୍ଭ କରିଛି

 ସେ ଏହି ଭିଡିଓରେ ସିଧାସଳଖ ବର୍ଷାଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । କହିଛନ୍ତି, ତୁମେ ଧୈର୍ଯ୍ୟ ଧର ବର୍ଷା, ବ୍ୟସ୍ତ ହୁଅନାହିଁ । ଏପର୍ଯ୍ୟନ୍ତ ଲୋକମାନେ ଅନୁଭବ ମହାନ୍ତି ସମ୍ପର୍କରେ ଅନେକ କଥା କହୁଥିଲେ । ଏକପାଖିଆ କାହାଣୀ ଦେଖାଉଥିଲା ଗଣମାଧ୍ୟମ । ମୋର ସବୁ କଥାକୁ ମିଛ ବୋଲି କୁହାଯାଉଥିଲା । ମୋତେ ଗୋଟିଏ ଖଳନାୟକ ଭାବରେ ବି ଅଭିହିତ କରାଯାଉଥିଲା । ହେଲେ ଏବେ ମୁଁ ସତ କହିବା ଆରମ୍ଭ କରିଛି । ସୁତରାଂ ତୁମେ ଏବେ ସତକୁ ସ୍ୱୀକାର କରିବାକୁ ସାହସ ରଖ। ଦୁଇ ବର୍ଷ ହେବ ତମେ ସବୁଆଡ଼େ କହୁଛ, ତମେ ଜଣେ ହିନ୍ଦୁ ନାରୀ । ସ୍ୱାମୀଙ୍କୁ ବହୁତ ଭଲପାଅ । ସ୍ୱାମୀଙ୍କୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଛାଡ଼ିବ ନାହିଁ । ସ୍ୱାମୀଙ୍କୁ ଠିକ ବାଟକୁ ଆଣିବ ।

ହେଲେ ସ୍ୱାମୀଙ୍କର ଓ ସ୍ୱାମୀଙ୍କ ପରିବାର ବିରୋଧରେ ଏତେ ଖବର ବାଜିଲାଣି, ହେଲେ ଥରୁଟିଏ ତ ମୁହଁ ଖୋଲିଲ ନାହିଁ । ହେଲେ ଏବେ ମୁଁ ପ୍ରଥମ ଥର ପାଇଁ ମୁହଁ ଖୋଲିବା ପାଇ ସାହସ କଲାପରେ ଏମିତି ଧୈର୍ଯ୍ୟହରା ହୋଇଯାଉଛ ବର୍ଷା ।

Advertisment

ଜଣଙ୍କ ବିରୋଧରେ ମିଛ କହି କହି ଥକିଲ ନାହିଁ, ଏବେ ନିଜ ବିଷୟରେ ସତ ଶୁଣିବା ପାଇଁ ଅନ୍ତତଃ ଟିକିଏ ସାହସ ରଖ । ଗତବର୍ଷ ତୁମେ ପୁରୀଘାଟ ଥାନାରେ ଅଭିଯୋଗ କରିଛ, ମୁଁ ସୋସଆଲ ମିଡିଆର ସାହାଯ୍ୟ ନେଇ ତୁମ ବିରୋଧରେ ଅପପ୍ରଚାର କରୁଛି । ନାରୀତ୍ୱକୁ ଅପମାନ କରୁଛି, ମର୍ଯ୍ୟାଦାକୁ ଅପମାନିତ କରୁଛି । ରାସ୍ତାଘାଟରେ ଚାଲିବାକୁ ଦେଉନି ।

ତେବେ ଏଇଠି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମହିଳା ସବୁବେଳେ ନାରୀ ସ୍ୱାଭିମାନର କଥା କହୁଛନ୍ତି, ସେ କିପରି ବର୍ଷ ବର୍ଷ ଧରି ନିର୍ଯାତନା ସହିଲେ । କାହିଁକି ମୁହଁ ଖୋଲିଲେ ନାହିଁ । କୌଣସି ଥାନାରେ, କୌଣସି ସଂସ୍ଥାନରେ ସେ ଅଭିଯୋଗ କାହିଁକି କରିନଥିଲେ । ସବୁ ଅଭିଯୋଗ ମୁଁ ଡିଭୋର୍ସ ଫାଇଲ୍‌ କରିବା ପରେ ଆସିଲା ।

ସତ ଠାରୁ କେତେ ଦିନ ଦଉଡ଼ିବ ବର୍ଷା

ସତ ଠାରୁ କେତେ ଦିନ ଦଉଡ଼ିବ ବର୍ଷା । ଜୁଲାଇ ୨୦୨୦, ମୁଁ ଦିଲ୍ଲୀରେ ପ୍ରଥମେ ଡିଭୋର୍ସ ପିଟିସନ୍ ଫାଇଲ୍‌ କରିଥିଲି । ଆଉ ଗୋଟିଏ ପିଟିସନ୍ ମଧ୍ୟ ଫାଇଲ ହୋଇଥିଲା । ଆମେ ଦୁଇ ଜଣ ଓଡ଼ିଶାର ଜଣାଶୁଣା ବ୍ୟକ୍ତିତ୍ୱ ବୋଲି ମୁଁ ଉଲ୍ଲେଖ କରିଛି । ଆମର ସମର୍ଥକ ଅଛନ୍ତି । ଉଭୟ ପରିବାରର ବିବାହ ବିଚ୍ଛେଦର କୌଣସି ଖବର ଗଣମାଧ୍ୟମରେ ପବ୍ଲିସ୍‌ କରିବାର କିମ୍ବା ଦେଖେଇ ଦେବାର ଅନୁମତି ଦିଆ ନଯାଉ ବୋଲି କହିଥିଲି । ଯେହେତୁ ରାଜନୀତିରେ ଅଛି, ବିରୋଧୀଙ୍କ ପାଇଁ ଏହା ଖେଳଘର ହୋଇଯିବ । ହେଲେ ଯାହା ଡର ଥିଲା । ଏବେ ତାହା ହେଲା । କାରଣ ବର୍ଷା ଏହାକୁ ବିରୋଧ କରିଥିଲେ । ଏଥିପାଇଁ ପିଟିସନ୍‌ ନାକଚ ହୋଇଯାଇଥିଲା ।

Special storyଅପପ୍ରଚାର ପାଇଁ ବର୍ଷା ହିଁ ଦାୟୀ

ଏତେ ମହିଳା ଅଛନ୍ତି, କାହାକୁ ଅସମ୍ମାନ କଲିନି, କେବଳ ବର୍ଷାଙ୍କୁ ହିଁ କଲି . .

ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ମଧ୍ୟ କରିଛନ୍ତି । ମୁଁ ବି ଏକ ଜଏଣ୍ଟ୍‌ ଫ୍ୟାମିଲିରେ ରହେ । ମୋ ଘରେ ବି ମା, ବଡ଼ମା’, ଭଉଣୀ, ଭାଉଜ, ମାଉସୀ, ଖୁଡ଼ି, ପିଇସୀ ଅଛନ୍ତି । ଏତେ ମହିଳା ଅଛନ୍ତି, କାହାକୁ ଅସମ୍ମାନ କଲିନି । କେବଳ ବର୍ଷାଙ୍କୁ ଅପମାନ ଓ ଅସମମ୍ମାନ କଲି । ଏତେ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି । ଉଭୟ ପରିବାରର ମାନସମ୍ମାନକୁ ନଜରରେ ରଖି ମୁଁ ଚୁପ୍‌ ଥିଲି । ହେଲେ ଆଉ ନୁହଁ , ଏ‍ବେ ମୁଁ ନିଜକୁ ସମ୍ଭାଳି ପାରୁନି ।

ଫ୍ୟାନମାନେ କିଛି ଲେଖିଲେ, ସେଥିରେ ବି ଅସୁବିଧା ହେଉଛି

ହେଲେ ଏବେ ମୋ ଫ୍ୟାନ୍‌ ମାନେ ତାଙ୍କ ସମ୍ପର୍କରେ ଲେଖିଲେ ତାଙ୍କୁ ବାଧୁଛି । ସେମାନେ ମୋତେ ଭଲପାଆନ୍ତି, ସେଥିପାଇଁ ଲେଖୁଛନ୍ତି। ତାଙ୍କର କିଛି ସ୍ୱାର୍ଥ ନଥାଏ । ସେମାନେ କ’ଣ କିଛି ଲେଖିପାରିବେନି । ଫ୍ୟାନମାନେ କିଛି ଲେଖିଲେ, ସେଥିରେ ବି ତୁମକୁ ଅସୁବିଧା ହେଉଛି । ମୁଁ ମିଡିଆରେ କେବେ କହିନଥାନ୍ତି । କେବଳ ତୁମ ପାଇଁ ହିଁ ଆଜି ମୋତେ ଭିଡିଓ କରିବାକୁ ପଡ଼ୁଛି । ତମେ ମୋତେ ବାଧ୍ୟ କଲ ଏସବୁ କରିବା ପାଇଁ ।

ଜୀବନରେ କେହି ଜିତିବାନି

ଅନୁଭବ ତାଙ୍କ ଭିଡିଓରେ ଆହୁରି କହିଛନ୍ତିଯେ,  କୋର୍ଟରେ ଯିଏ ହେଲେ ଜଣେ ନ୍ୟାୟ ପାଇବ । ବର୍ଷା ନହେଲେ ଅନୁଭବ । ହେଲେ ଜୀବନରେ କେହି ଜିତିବାନି । ଏକାଠି ଆମେ କୌଣସି ମତେ ରହିପାରିବା ନାହିଁ । ଏଫଆଇଆରରେ ମନଇଚ୍ଛା ଲେଖୁଛ, ପୁଣି ମୋ ସହିତ ରହିବା ପାଇଁ ଚାହୁଁଛ । ଖୁସିର କଥା, ସ୍ୱାମୀକୁ ଠିକ୍ ବାଟରେ ଆଣିବା ପାଇଁ ଚାହୁଁଛ । ହେଲେ ନିଜେ ଆଗେ ଠିକ୍ ବାଟରେ ଆସ । ଭୁଲ୍ ବାଟରେ ଛିଡ଼ା ହୋଇ ମୋତେ କାହିଁକି ଡାକୁଛ ।

ମୁଁ ମୋ ପରିବାରକୁ କେବେ ଛାଡ଼ିବି ନାହିଁ । ମୋ ବାପାମା’ଙ୍କୁ କଷ୍ଟ ଦେବିନି । ମୋତେ ସେମାନେ ଜନ୍ମ ଦେଇଛନ୍ତି । ପୃଥିବୀକୁ ଆଣିଛନ୍ତି । ଯୁବପିଢ଼ିଙ୍କୁ ମୋର ଏତିକି ସନ୍ଦେଶ ମୋତେ ଭଲପାଅ, କିନ୍ତୁ ମନେ ରଖ , ବାପାମା’ଙ୍କୁ କେବେ ଅସମ୍ମାନ କରିବ ନାହିଁ । ବାପାମା’ଙ୍କ ଠାରୁ ଅଲଗା ରହିବାକୁ କହୁଥିବା ମଣିଷ ସହ ସମ୍ପର୍କକୁ ଧିକ୍ ।

Special storyଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବି

ତେବେ ବର୍ଷାଙ୍କୁ କଟାକ୍ଷ କରି ଅନୁଭବ କହିଛନ୍ତି, ଶଙ୍ଖା,ସିନ୍ଦୂର ପିନ୍ଧି ମନ୍ଦିର ଗଲେ କୌଣସି ଦେବାଦେବୀ ଶୁଣିବେ ନାହିଁ । ମେକ୍ଅପ ନେଇ ବଢ଼ିଆ ହେୟାର ଷ୍ଟାଇଲ କଲେ ଲାଭ ନାହିଁ । ଆମେ ସମ୍ମାନର ସହ ବଞ୍ଚିବା ପାଇଁ ସମୟ ଆସିଛି । ଏବେ ଆମେ ଅଲଗା ହୋଇଯିବା ଭଲ । ତେବେ ବର୍ଷାଙ୍କ ଏତଲା ପରେ ଅନୁଭବ ଆଉ ନୂଆ ଭିଡିଓ ଜାରି ନକରି ଚୁପ ରହିଯିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସବୁ କଥାକୁ ଭୁଲ୍ ପ୍ରମାଣିତ କରି ବର୍ଷାଙ୍କ ଏତଲାର ଗୋଟିଏ ଦିନ ନପୂରୂଣୂ  ଅନୁଭବ ତାଙ୍କ ତୃତୀୟ ଭିଡିଓ ଛାଡ଼ିବା ପରେ ଚତୁର୍ଥ ଭିଡିଓ ଉପରେ ଏବେ ସମସ୍ତଙ୍କ ନଜର। 

Anubhav- Varsha Marital Discord
Advertisment
Advertisment