Advertisment

ଚଉଷଠି ଯୋଗିନୀ ପୀଠରେ ଅଦୃଶ୍ୟ ବାବାଙ୍କ ହୋମଯଜ୍ଞ, ଲୋକ ଭୟଭୀତ

ଏହି ବାବା ବେଶ ଥିବା ଲୋକ ମାନେ କିଏ ? କେଉଁ ଠାରୁ ଆସି ଏହି ପୀଠରେ ଫୁଲରେ ସଜାଇ ଯଜ୍ଞ କରୁଥିଲେ?

author-image
Chandan Shishu
ଅଦ୍ୟତନ ହୋଇଛି
Chausathi Jogini Peeth

Chausathi Jogini Peeth

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ରହିଛି ଭାରତର ପ୍ରସିଦ୍ଧ ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠ। ପୁଷ୍ପରେ ସୁସଜ୍ଜିତ ହୋଇ କେତେଜଣ ବାବା ବେଶରେ ଆସି ଏହି ପୀଠରେ ଯଜ୍ଞ କରୁଥିବା ଜଣାପଡିଛି। ଆଗରୁ କେବେ ଏହି ପୀଠରେ ଯଜ୍ଞ ହୋଇନାହିଁ l ବାବା ବେଶରେ ଆସି ପ୍ରଥମ ଥର ଯଜ୍ଞ ହୋଇଥିବାରୁ ଅଞ୍ଚଳର ଲୋକେ ଦେଖି ଭୟଭୀତ ହୋଇଛନ୍ତି। ସାଧାରଣତଃ ଏହି ପୀଠରେ ତନ୍ତ୍ର, ମନ୍ତ୍ର, ଶୈବ, ଶାକ୍ତ, ବୈଷ୍ଣବ,ଜୈନ ଓ ବୌଦ୍ଧ ଧର୍ମର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥାଏ।

Advertisment

କିନ୍ତୁ ଗତ ମଙ୍ଗଳବାର ଦିନ ସକାଳୁ ସକାଳୁ ମନ୍ଦିର ସବୁ ପୁଷ୍ପରେ ସୁସଜ୍ଜିତ ହୋଇ ପୂଜା ପାଇଁ କଳସ ଥିଲା। ଏପରିକି କିଛି ଜଣ ବାବା ବେଶରେ ଥିଲେ ଓ ଯଜ୍ଞ କରୁଥିଲେ। ଏହି ଅଞ୍ଚଳରେ ଆଗରୁ ଶିଶୁ ବଳିକୁ ନେଇ ଅନେକ ଘଟଣା ବି ଘଟିଛି। ଯାହା ଫଳରେ ଗୁଣିଗାରେଡି, ତନ୍ତ୍ର ଓ ମନ୍ତ୍ରକୁ ଲୋକଙ୍କ ମନରେ ଏବେ ବି ଅନ୍ଧ ବିଶ୍ୱାସ ଲାଗିରହିଛି। ପୁଣି ରାଣୀପୁର ଝରିଆଲର ମନ୍ଦିରର ଚଉଷଠି ଯୋଗିନୀ ପୀଠରେ ଏହି ଯଜ୍ଞକୁ ନେଇ ଭୟଭୀତ ହୋଇଛନ୍ତି।

ଏହି ବାବା ବେଶ ଥିବା ଲୋକ ମାନେ କିଏ ? କେଉଁଠାରୁ ଆସି ଏହି ପୀଠରେ ଫୁଲରେ ସଜାଇ ହୋଇ ଯଜ୍ଞ କରୁଥିଲେ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି। ତେବେ ବାହାରୁ ଆସିଥିବା କିଛି ଜଣ ଲୋକ ସେହି ବାବା ବେଶରେ ଥିବା ଲୋକଙ୍କୁ ପଚାରିଥିଲେ। ସେଥିପାଇଁ ଗତକାଲି ସନ୍ଧ୍ୟାରେ ସେମାନେ ସେଠୁ ଫେରାର ମାରିଥିଲେ l ତେବେ କିଏ ସେହି ବାବା, ଯେଉଁମାନେ ପୀଠକୁ ଆସିଲେ, ଯଜ୍ଞ କଲେ, ଆଉ ଅଦୃଶ୍ୟ ହୋଇଗଲେ। ହେଲେ ସ୍ଥାନୀୟ ଲୋକେ ଏ ବିଷୟରେ କି ମନ୍ଦିର ପ୍ରଶାସନ କିମ୍ବା ପୂଜାରୀ ମୁହଁ ଖୋଲୁନାହାନ୍ତି।

Advertisment

ହେଲେ ଏଠି ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ପୀଠର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏଏସଆଇର ଚାରି ଜଣ କର୍ମଚାରୀ ନିୟୋଜିତ ଅଛନ୍ତି l ହେଲେ ମାସ ମାସ ଧରି ସେମାନଙ୍କ ଦେଖାମିଳୁନାହିଁ। ଏହି ପୀଠର ସୁରକ୍ଷା ବ୍ୟବସ୍ଥାକୁ ପଚାରେ କିଏ। ଏନେଇ ଅନେକ ଥର ଯୋଗାଯୋଗ କରିଥିଲେ ବି କାହାରି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ କିଏ ଓ କାହିଁକି ଏ ପୀଠରେ ଯଜ୍ଞ କରୁଥିଲେ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଥିବା କର୍ମଚାରୀ କୁଆଡେ ଗଲେ l ଏସବୁର ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତି।

ASI Chausath Yogini Temple
Advertisment
Advertisment