/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637430073.jpg)
union minister biseswar tudu
ବାଲେଶ୍ୱର: ବାଉଁଶ ବ୍ରିଜ୍ରେ ଚଢ଼ି ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ। ବାଲେଶ୍ୱର ବାହାନଗା ସାଉଡ଼ ପଞ୍ଚାୟତ ବାଜଣା ଆଦିବାସୀ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଗାଁକୁ ବ୍ରିଜ୍ ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗାଁକୁ ସଂଯୋଗ କରୁଥିବା ଏକମାତ୍ର ବାଉଁଶ ପୋଲରେ ଚଢ଼ି ଅନ୍ଧାର ରାତିରେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଁରେ ପହଞ୍ଚିଥିଲେ।
Advertisment
ପରେ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ ବିଦ୍ୟୁତ୍ ସମସ୍ୟା ଓ ରାସ୍ତା ଘାଟ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଫୋନ୍ରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ପାରଂପରିକ ବାଦ୍ୟର ତାଳେତାଳେ ଲୋକଙ୍କ ସହ ନାଚିଥିଲେ କେନ୍ଦ୍ରମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)