• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ପ୍ରସ୍ତାବିତ ନବକଳେବର ପାଇଁ ଆଜି ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ବୁଲି ଦେଖିଛନ୍ତି । ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନ ସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା କରିଛନ୍ତି । ୩୬୪ କୋଟି ଟଙ୍କାର ଏ ପ୍ରକଳ୍ପ କାମ ଦୁଇ ବର୍ଷ ଭିତରେ ଶେଷ ହେବ ।

ସେହିପରି ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ । ପୁରୀରୁ କିମ୍ୱା ଅନ୍ୟ କେଉଁ ସ୍ଥାନରୁ ସଂଯୋଗ କରାଯିବ ସେ ନେଇ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 

ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟେସନ ବିଲଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ ହେବ । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏହାସହ ବିଲଡିଂଟି ୨୦୦ରୁ ୩୦୦ କିଲୋମିଟର ବେଗର ବାତ୍ୟା ସହିବା ଭଳି କରାଯିବ । ପୁରୀରେ ଏୟାରପୋର୍ଟ ହେବାକୁ ଥିବାରୁ ପୁରୀ ଓ ଭୁବନେଶ୍ୱର ମଝିରେ ବିଶ୍ୱସ୍ତରୀୟ ଟ୍ରେନ ଚଳାଚଳ କରାଯିବ ବୋଲି ସେ କହିଛନ୍ତି । ତେବେ ଏଥର ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ କରିବ ଓ ଟ୍ରେନ୍ ପାଇଁ ମୋବାଇଲ୍ ଟିକେଟ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । 

ସେହିପରି ଖୁବ ଶୀଘ୍ର ଓଡ଼ିଶାରେ 5ଜି ସେବା ଆରମ୍ଭ ହେବ ।  5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ଏହି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟ ଅଗଷ୍ଟ-ସେପ୍ଟେମ୍ବରରୁ ଦେଶର ୨୦ରୁ ୨୫ଟି ସହରରେ 5G ସେବା ଆରମ୍ଭ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ଥିବା ସହରରେ ଓଡ଼ିଶାର କୌଣସି ସହର ନଥିବା ସେ ସୂଚନା ଦେଇଛନ୍ତି । ସେହିପରି ଅଗ୍ନିପଥ ଯୋଜାନାକୁ ନେଇ ରାଜନୀତି ନକରିବାକୁ ରେଳମନ୍ତ୍ରୀ ନିବେଦନ କରିଛନ୍ତି ।