/odishatv-khabar/media/post_attachments/uploadimage/library/16_9/16_9_0/Postmortem_1654323953.jpg)
Postmortem
ରାୟଗଡ଼ା ଟିକିରି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ । ମୃତକଙ୍କ ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହୁଛନ୍ତି ପରିବାର ଲୋକେ । ମୃତ ବ୍ୟକ୍ତି ଜଣଙ୍କ ଟିକିରି ଥାନା ଡୁଡୁକାବାହାଲ ଗାଁର ବୋଲି ଜଣାପଡ଼ିଛି । ସେ ଗତ ମେ’ ୪ରୁ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା । ଗତକାଲି ନିକଟସ୍ଥ ଜଙ୍ଗଲରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ ହେଲା ।
ପୋଲିସକୁ ସୂଚନା ପରେ ଫୋରେନସିକ୍ ଟିମ୍ ଆସି ଯାଞ୍ଚ କଲେ । ମାତ୍ର ପୋଷ୍ଟମର୍ଟମ ପାଇଁ ପୋଲିସ ବ୍ୟବସ୍ଥା କରି ନ ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ତେଣୁ ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି କୋରାପୁଟ ନେଇଛନ୍ତି ମୃତକଙ୍କ ଭାଇ ଓ ପରିବାର ବର୍ଗ । ଟିକିରି ଥାନା ପୋଲିସର ଦାୟିତ୍ୱହୀନତାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ନିଖୋଜ ନେଇ ଥାନାରେ ଅଭିଯୋଗ କରାଯିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏମିତିକି ଖୋଜାଖୋଜି କରିବାକୁ ପଦକ୍ଷେପ ବି ନେଇ ନଥିଲା । ଘରକୁ ଆସି ତଦନ୍ତ ମଧ୍ୟ କରିନଥିଲା ପୋଲିସ । ଏବେ ଗାଁ ଲୋକ ଜଙ୍ଗଲକୁ କୌଣସି କାମରେ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)