Advertisment

ରାସ୍ତାରେ ଛକି ଥିଲା ଯମ: ନେଲା ଗୋଟିଏ ପରେ ଗୋଟିଏ ଜୀବନ

ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
Road Accident In Odisha

Two Separates Road Accident In Odisha

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ଟି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଯୋଗୁ ୨୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହାଇୱା ସହ ବାଇକ୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗଜପତି ଓ କୋରାପୁଟ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। 

Advertisment

କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ପାଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇୱା ସହ ବାଇକ୍ ଧକ୍କା ହେବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ହାଇୱାଟି ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ କୋଡିଙ୍ଗାମାଳି ମାଇନ୍ସରୁ ବକ୍ସାଇଟ ନେଇ କାକିରିଗୁମ୍ମା ରେଳ ଷ୍ଟେସନର ଡମ୍ପିଂ ସ୍ଥାନକୁ ଯାଉଥିଲା। ଏହି ସମୟରେ ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ ଡୋଳିଆମ୍ବା ଗାଁର ୩ ଜଣ ଯୁବକ ଦେଓମାଳି ପାହାଡ ବୁଲିକି ଫେରୁଥିବାବେଳେ ହାଇୱା ସହ ଧକ୍କା ହୋଇଥିଲା।ଗୁରୁତର ୩ ଜଣଙ୍କୁ କାକିରିଗୁମା ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

Advertisment

ସେହିପରି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଇସିଙ୍ଗ ଘାଟିରେ ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ, ୨୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାମଧେନୁ ନାମକ ଏକ ଘରୋଇ ବସ୍ ରାୟଗଡ଼ାରୁ ବ୍ରହ୍ମପୁର ଯାଉଥିଲା। ଗତକାଲି ରାତି ପ୍ରାୟ ୩ଟାରେ ରାଇସିଙ୍ଗ ଘାଟିରେ ବସ୍‌ଟି  ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।ହେଲେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। 

ସୂଚନାଥାଉ କି, ହିମାଚଳପ୍ରଦେଶ କୁଲ୍ଲୁର ବଞ୍ଜାର ଭ୍ୟାଲି Ghiyagi ଅଞ୍ଚଳରେ ଗତକାଲି ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ