Advertisment

ଭୟଙ୍କର ଦୁର୍ଘଟଣା: ଟୁରିଷ୍ଟ୍‌ଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଗାଡ଼ି, ୧୦ ମୃତ

ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Road Accident

7 tourists killed, 10 injured as vehicle falls into gorge in Kullu

ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ହିମାଚଳପ୍ରଦେଶ କୁଲ୍ଲୁର ବଞ୍ଜାର ଭ୍ୟାଲି Ghiyagi ଅଞ୍ଚଳରେ ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କିଛି ଆହତଙ୍କୁ କୁଲ୍ଲୁର ଜୋନାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କିଛି ଗୁରୁତରଙ୍କୁ ବଞ୍ଜାର ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇଛି। 

Advertisment

ମୃତାହତମାନେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଓ ଦିଲ୍ଲୀର ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ୧୨ଟା ୪୫ ମିନିଟ୍‌ରେ ବିଜେପି ବିଧାୟକ ସୁରେନ୍ଦର ଶୌରୀ ଫେସ୍‌ବୁକ୍‌ରେ ଲାଇଭ୍‌ ଆସି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ ଅଞ୍ଚଳରେ ଅନ୍ଧାର ସତ୍ତ୍ୱେ ମଧ୍ୟ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣା ନେଇ କୁଲ୍ଲୁ ଏସ୍‌ପି ସୂଚନା ଦେଇଛନ୍ତି, ବଞ୍ଜାର ଭ୍ୟାଲି Ghiyagi ଅଞ୍ଚଳରେ NH-305ରେ ଗତକାଲି ସନ୍ଧ୍ୟା ସାଢ଼େ ୮ଟାରେ ଦୁର୍ଘଟଣା ଘଟିଛି। ଏକ ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ  ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ୫ ଆହତଙ୍କୁ କୁଲ୍ଲୁର ଜୋନାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ୫ ଆହତଙ୍କୁ ବଞ୍ଜାର ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇଛି। 

Advertisment

Accident Tourist Vehicle Accident
Advertisment
Advertisment