/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668492961.jpg)
Coastal Exercise
ଆଜିଠୁ ପାରାଦୀପ ଉପକୂଳରେ ପ୍ରତିରକ୍ଷା ଅଭ୍ୟାସ କରିବ ନୌସେନା । ଯାହାର ନାଁ ରଖାଯାଇଛି ସି-ଭିଜିଲ୍ । ନୌସେନା ସହ ତଟରକ୍ଷୀବାହିନୀ, ସାମୁଦ୍ରିକ ପୋଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମସତ୍ୟ ବିଭାଗ, ଓଡିଶା ପୁଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ, ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ସାମିଲ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଏଣିକ ଡ୍ରୋନ୍ରେ ଉଡ଼ିବ ମଣିଷ, ଖୁବଶୀଘ୍ର ନୌସେନାରେ ହୋଇପାରେ ସାମିଲ
ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ । ଏଥିରେ ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଏହି ୪ଟି ରାଜ୍ୟ ମିଳିତ ଭାବେ ସମରାଭ୍ୟାସ କରୁଛନ୍ତି । ରେଡ୍ ଓ ବ୍ଲୁଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇ ଏହି ସମରାଭ୍ୟାସ କରାଯିବ । ମାଛଧରା ବନ୍ଦର, ମହାନଦୀ ମୁହାଣ, ଏଳ୍ସକ୍ଲୁସିଭ ଇକୋନୋମିକ୍ ଜୋନ, ବସ୍ତି, ରାଡାର ଷ୍ଟେସନ, ବତୀଘର, ସିନେମା ହଲ୍, ଟ୍ରେଡ୍ ସେଂଟର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ, ଶିଳ୍ପ କାରଖାନା ଫାଟକ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ଥିବାରୁ, ବ୍ଲୁ ଟିମ୍ ଏସବୁ ସ୍ଥାନରେ ଆକ୍ସନକୁ ଓହ୍ଲାଇବ ।
ଆତଙ୍କି ହାମଲା ସମୟରେ ସୁରକ୍ଷା କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ବିପଦକୁ ଯେପରି ସହଜରେ ମୁକାବିଲା କରିପାରିବେ ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ରଖିପାରିବେ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)