/odishatv-khabar/media/post_attachments/uploadimage/library/16_9/16_9_0/Elephant_1704261345.jpg)
Elephant
ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ । କିଛି ଦିନ ହେଲା ମଳିପଡ଼ା, ଗୋଠପାଟଣା ଓ ଘଙ୍ଗାପାଟଣା ଗାଁରେ ପଶି ଉତ୍ପାତ କରୁଛି ଗୋଟିଏ ଦନ୍ତା ହାତୀ । ସୋମବାର ଭୋରରୁ ଦନ୍ତାଟି ଘଙ୍ଗାପାଟଣା ଗାଁ ଭିତରେ ପଶି ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଗାଁ ମୁଣ୍ଡରେ ଥିବା ଗ୍ରୀଲ ଫ୍ୟାକ୍ଟ୍ରିର ଗେଟ୍ ଭାଙ୍ଗି ଭିତରେ ପଶି ପାଚେରୀ ଭାଙ୍ଗି ପଳାଇ ଯାଇଥିଲା । ଏହି ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି ।
ଗାଁ ଭିତରେ ହାତୀ ପଶିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ସେହିପରି ୨ ଦିନ ତଳେ ମଳିପଡା ଗାଁରେ ପଶି ରାସ୍ତାରେ ଚାଲି ଚାଲି ଯାଇଥିଲା । ଦନ୍ତାକୁ ଦେଖି ଗାଁ ଲୋକେ ଘଉଡାଇଥିଲେ। ଫଳରେ ଗୋଟିକିଆ ଦନ୍ତା ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା । ଅନ୍ୟପଟେ ଏହି ଦନ୍ତା ହାତୀଟି ଆଜି ସକାଳୁ ସକାଳୁ ମୁଖ୍ୟ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ। କିଛି ଦିନ ହେଲା ମଳିପଡା, ଗୋଠପାଟଣା ଓ ଘଙ୍ଗାପାଟଣା ଗାଁରେ ପଶି ଉତ୍ପାତ କରୁଛି ଗୋଟିଏ ଦନ୍ତା ହାତୀ । #Bhubaneswar#Elephant#OTVpic.twitter.com/OSYvBeguJI
— ଓଟିଭି (@otvkhabar) January 3, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)