• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ଗତକାଲି ଦ୍ବିତୀୟାର୍ଦ୍ଧରେ ଗୃହ ସ୍ବାଭାବିକ ଭାବେ ଚାଲିଥିବା ସତ୍ତ୍ୱେ ଆଜି ଗୃହରେ ସରଗରମ ଆଲୋଚନା ହୋଇପାରେ ।

କାହିଁକି ଆଦିବାସୀ ଜମି କିଣାବିକା ସଂପର୍କିତ କ୍ୟାବିନେଟ୍ ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉନି, ତାକୁ ମୁଖ୍ୟ ମୁଦ୍ଦା କରି ଜିଦ୍ ରେ ଅଟଳ ବିରୋଧୀ । ଛତିଶଗଡ଼ ରାଜ୍ୟପାଳ ରାଜ୍ୟର ଆଦିବାସୀଙ୍କ ଅବହେଳିତ ଅବସ୍ଥା ନେଇ ଚିନ୍ତାବ୍ୟକ୍ତ କରିବା ପରେ ପ୍ରସଙ୍ଗ ଆହୁରି ଦାନା ବାନ୍ଧିଛି ।

ବିରୋଧୀ ନଛୋଡ଼ ବନ୍ଧା, କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅଟଳ । ବିଜେପି ବିଧାୟକମାନେ ଆଜି ଚାଲି ଚାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଗୁହାରି କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପୂର୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ଦୁଇ ଦିନ ହେବ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଗୃହ ସ୍ୱାଭାବିକ ଚାଲିଲେ ଶୂନ୍ୟକାଳରେ ଅନେକ ପ୍ରସଙ୍ଗ ଉଠିପାରେ । ସେହିପରି ମୁଲତବୀ ଆଲୋଚନାରେ ଆଦିବାସୀ ଜମି କିଣା ବିକାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।

ଅନ୍ୟପଟେ ଗତକାଲି ରାଜ୍ୟପାଳଙ୍କୁ ଭେଟି ବିଜେପି ବିଧାୟକ ଦଳ ଏକ ସ୍ମାରକ ପତ୍ର ଦେଇଛି । ସେପଟେ ଆଦିବାସୀଙ୍କ ସ୍ଥିତି ନେଇ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବୟାନ ପ୍ରସଙ୍ଗକୁ ଆହୁରି ଘନୀଭୂତ କରିଛି । ଓଡ଼ିଶା ଗସ୍ତରେ ଥିବା ବିଶ୍ୱଭୂଷଣ କହିଛନ୍ତି ରାଜ୍ୟରେ ଆଦିବାସୀ ଅବହେଳିତ ଓ ବଞ୍ଚିତ ।

ସେପଟେ ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି । ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଗୃହକୁ ଅଚଳ କରୁଛନ୍ତି । ଏହାସହ କେନ୍ଦ୍ରରେ ସରକାରରେ ଥିବା ବିଜେପିକୁ ଦଳ ପ୍ରଶ୍ନ କରିଛି ଯେ, ହୋ, ମୁଣ୍ଡାରି, ଭୂମିଜ, ସଉରା, କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ସ୍ୱର ଉତ୍ତୋଳନ କାହିଁକି କରୁନାହାଁନ୍ତି ।