/odishatv-khabar/media/post_attachments/uploadimage/library/16_9/16_9_0/____1681353291.jpg)
Today 75th Bhubaneswar Foundation Day Celebration
ରାଜଧାନୀ ଭୁବନେଶ୍ୱର କୁ ପୁରିଲା ୭୫ ବର୍ଷ। ରାଜଧାନୀର ପ୍ଲାଟିନମ୍ ଜୁବ୍ଲି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ୩ ଦିନିଆ ଉତ୍ସବ ସହ ପ୍ରତିଷ୍ଠା ଦିବସ ପାଇଁ ବେଶ୍ ଚଳଚଞ୍ଚଳ ବିଏମ୍ସି କାର୍ଯ୍ୟାଳୟ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର। ସେତେବେଳେ ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଲଟିଲା ଓଡିଶାର ନୂଆ ରାଜଧାନୀ।
ଅନ୍ୟପକ୍ଷେ, ଚଳିତ ବର୍ଷ ବି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ନିମନ୍ତ୍ରଣ କରା ନଯିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଖପ୍ପା ହୋଇଛନ୍ତି। ଆଜିଠୁ ୧୫ ତାରିଖ ଯାଏ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯିବ। ତେବେ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ଭୁବନେଶ୍ୱରର ନିର୍ବାଚିତ ସାଂସଦଙ୍କୁ ନିମନ୍ତ୍ରଣ ନକରିବାକୁ ନିଷ୍ପତ୍ତି ନେବା ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିଛନ୍ତି।
ଗତବର୍ଷର ଏହା ପୁନରାବୃତ୍ତି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରିବା ସହ ଏହା ଭୁବନେଶ୍ୱର ବାସିନ୍ଦାଙ୍କୁ ପୁଣିଥରେ ଲାଞ୍ଛନା ବୋଲି କହିଛନ୍ତି। ଏହା ଉଦ୍ଦେଶ୍ୟମୂଳକ କି ଏବଂ ମୋର ଦୋଷ କ’ଣ ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଛନ୍ତି। ଏଥିସହ ସେ କହିଛନ୍ତି, ଗତବର୍ଷ ବି ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି ଏବଂ ଏଥର ବି ଲେଖିବି। ଯେଉଁ ଜାଗାରେ ଏକଥା ଉଠାଇବା କଥା ନିଶ୍ଚୟ ଉଠାଇବି।
On 75th Capital Foundation Day tomorrow, State Govt, Odisha & @bmcbbsr choose NOT to invite the elected Member of Parliament of Bhubaneswar!
It is a REPEAT PERFORMANCE of last year.
Humiliation of the People of Bhubaneswar once again!
Is it INTENTIONAL?My fault?? pic.twitter.com/UxnQoe4cZV
— Aparajita Sarangi, Member of Parliament (@AprajitaSarangi) April 12, 2023
ତେବେ ଏସମ୍ପର୍କରେ ପ୍ରତିକ୍ରିୟା ପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କିଛି କହିବାକୁ ମନା କରିଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)