Advertisment

ବିଧାୟକ ବିଜୟ ଶଙ୍କର ଦାସଙ୍କ ମାଆ ଗୁରୁତର

ସେ ସୁସ୍ଥ ହେଲେ ଭୁଲ ଔଷଧ ଖାଇବା ପଛର କାରଣ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
MLA Mother falls Seek

MLA Mother falls Seek

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାଆ ସଂଯୁକ୍ତା ଦାସ ଗୁରୁତର ଅସୁସ୍ଥ। ଭୁଲ ଔଷଧ ଖାଇଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଛି।  ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ନିଜେ ବିଧାୟକ ବିଜୟ ଶଙ୍କର ସୂଚନା ଦେଇଛନ୍ତି। ଗତ ସୋମବାର ସଂଯୁକ୍ତା ଭୁଲ ଔଷଧ ଖାଇଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ।

Advertisment

ସୂଚନା ଯୋଗ୍ୟ ଯେ, ବହୁ ବାଦବିବାଦ ପରେ ଗତକାଲି ବିଧାୟକ ବିଜୟ ଶଙ୍କର ଜଗତସିଂହପୁର ସବରେଜିଷ୍ଟ୍ରାର୍ ଅଫିସରେ ସୋମାଲିକା ଦାଶଙ୍କୁ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି। ତେବେ ତାଙ୍କ ମାଆ ସଂଯୁକ୍ତା ଏହି ବିବାହ ସପକ୍ଷରେ ନଥିଲେ ବୋଲି କହିଛନ୍ତି ବିଜୟଶଙ୍କର। ହେଲେ ସେ ସୁସ୍ଥ ହେଲେ ଭୁଲ ଔଷଧ ଖାଇବା ପଛର କାରଣ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।

ଫୋନ୍‌ରେ ପ୍ରତିକ୍ରିୟା ଦେଇ ବିଧାୟକ କହିଥିଲେ- ସେଭଳି କିଛି ସମସ୍ୟା ନାହିଁ। ମେଡିସିନ୍‌ ଜାଣିପାରିନି, ଖାଇଦେଇଛି। ମେଡିସିନ୍‌ ଖୋଳରୁ ମୁଁ ଜାଣିପାରିଲି। ସେଠାରେ ବାହାଘର ହେବା ନେଇ ସେ ଚାହୁଁନଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ମାଆଙ୍କ ହାର୍ଟ ରେଟ୍‌ ନର୍ମାଲକୁ ଆସିନାହିଁ। 

Advertisment
Marriage Tirtol Tirtol MLA
Advertisment
Advertisment