/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663466865.jpg)
Tiger Terror
କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ମହାବଳ ଆତଙ୍କ । ଏହି ପଞ୍ଚାୟତର ଫାଟୁସିନେରୀ, ହରମାଣ୍ଡିଙ୍ଗି ଓ ଫଗୁଣଶିନେରି ନିକଟ ଆନ୍ଧ୍ର ପ୍ରଦେଶ ସୀମାରେ କିଛି ଦିନ ହେଲା ଗୋଟିଏ ମହାବଳ ବାଘ ବୁଲୁଥିବାର ଚର୍ଚ୍ଚା ହେଉଛି । କିଛି ଦିନ ଭିତରେ ସେହି ବାଘଟି ଦୁଇଟି ଗାଈକୁୁ ମାରିଥିବା ବେଳେ ଗୋଟିଏ ବାଛୁରୀକୁ ମଧ୍ୟ ଆକ୍ରମଣ କରିଥିବା କୁହାଯାଉଛି ।
Advertisment
ଆନ୍ଧ୍ର ସରକାରଙ୍କ ବନ ବିଭାଗ ଅଧିକାରୀମାନେ ଏହି ସୀମାବର୍ତ୍ତୀ ଗାଁରେ ବାଘର ଉପସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି । ବାଘର ପାଦ ଚିହ୍ନ ପରଖି ଏହା ୧୨ ସେଣ୍ଟିମିଟର ବୋଲି ଜଣାପଡ଼ିଛି । ଆନ୍ଧ୍ର ସୀମା ପଟେ ମହାବଳ ବୁଲୁଥିବା କୁହାଯାଉଥିଲେ ମଧ୍ୟ କୋଟିଆର ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗ କିଛି କରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)