/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644479290.jpg)
Reserve Bank Of India
ବାଲେଶ୍ୱରରେ ହେବ ଟଙ୍କା ଛପା କାଗଜ କାରଖାନା ! ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସିଥିବା ପ୍ରତିନିଧିଙ୍କୁ ଜାଗା ଦେଖାଇଲା ପ୍ରଶାସନ । ରେମୁଣା ତହସିଲ ଅଂଚଳରେ ଥିବା ସରକାରୀ ଜାଗାରେ ପ୍ରକଳ୍ପ ହେବା ନେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ଜାଗା ବୁଲି ଦେଖିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳକୁ ଜିଲ୍ଲା ପ୍ରଶାସନ ରେମୁଣା ଅଂଚଳର ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖାଇଥିଲେ । ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନର ପ୍ରାୟ ଶହେ ଏକର ଜମି ଆବଶ୍ୟକ ରହିଛି । ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ମନୋନୟନ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଟଙ୍କା ଛପା ପାଇଁ ଆବଶ୍ୟକ ହେଉଥିବା କାଗଜ ପ୍ରିଣ୍ଟ ପ୍ରକଳ୍ପ ସକାଶେ ଏହି ପ୍ରତିନିଧି ଦଳ ଗସ୍ତ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଅତିରିକ୍ତ ଜିଲାପାଳ ଓ ରେମୁଣା ତହସିଲଦାର ସୀତାଂଶୁ ଶେଖର ଦାସଙ୍କ ସମେତ ରାସ୍ତା, ପାଣି, ବିଦ୍ୟୁତ ଭିଭାଗର ବରିଷ୍ଠ ଅଧିକାରୀ ଏବଂ ବାଲେଶ୍ଵର ଓ ଭୁବନେଶ୍ୱରର ଇଡ୍କୋ ଅଧିକାରୀ ଉପସ୍ଥିତ ଥିଲେ । ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଦଳଙ୍କୁ ସବୁ ସ୍ଥାନ ବୁଲି ଦେଖାଇଥିଲେ । ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ଜମି ଚିହ୍ନଟରେ ସହଯୋଗ କରିଥିଲେ ।
ନୋଟ ଛାପା କାରଖାନା ସ୍ଥାନକୁ ଗମନାଗମନ ବ୍ୟବସ୍ଥା, ମାର୍କେଟ୍, ବିଦ୍ୟୁତ ସୁବିଧା ଭଳି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଦଳ । ଜାତୀୟ ସ୍ତରର ଏହି ବୃହତ ପ୍ରକଳ୍ପ ପାଇଁ ବାଲେଶ୍ଵର ଜିଲା ଉତ୍କୃଷ୍ଟ ସ୍ଥାନ ବୋଲି ରିଜର୍ଭ ବ୍ୟାଙ୍କର ପ୍ରତିନିଧିମାନେ ସ୍ଥିର କରୁଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)