• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାଉଥ୍‌ ଆଫ୍ରିକାରେ ରହିଛି ଏକ ବିଶାଳକାୟ ପାଦଚିହ୍ନ

ସାଉଥ୍‌ ଆଫ୍ରିକାରେ ବିଭିନ୍ନ ଗବେଷଣାରୁ ବିଭିନ୍ନ ତଥ୍ୟ ସାମ୍ନାକୁ ଆସେ । ଯାହା ଏକ ରହସ୍ୟମୟ ଇତିହାସକୁ ସାମ୍ନାକୁ ଆଣିଥାଏ । ସେହିଭଳି ସାଉଥ୍‌ ଆଫ୍ରିକାର ମୁମାଲଙ୍ଗାରୁ ସାମ୍ନାକୁ ଆସିଥିଲା ଏକ ବିଶାଳକାୟ ପାଦ ଚିହ୍ନ । ଏହି ପାଦ ଚିହ୍ନଟି ଲୋକ ଲୋଚନକୁ ଆସିବା ପରେ ଏହା ରାତା ରାତି ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା ସମଗ୍ର ବିଶ୍ୱ ପାଇଁ ।

ମୁମାଲଙ୍ଗାର ଲୋଥେରରେ ଏକ ଜଙ୍ଗଲ ଅଂଚଳରୁ ଏହି ପାଦଚିହ୍ନ ଦୃଶ୍ୟମାନ ହୋଇଥିଲା । ଏହା ପରେ ଏହାକୁ ନେଇ ଗବେଷଣା, ଆଲୋଚନା ପର୍ଯ୍ୟାଲୋଚନା ଚାଲିଲା । ଆଜି ବି ଏହାକୁ ନେଇ ଗବେଷଣା ଜାରି ରହିଛି । ଏହାକୁ ଦେଖିଲେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଏହି ଚିହ୍ନ କାହାର ହୋଇଥାଇପାରେ । ଏହି ଚିହ୍ନ ଏଠାକୁ କିଭଳି ଆସିଲା । ଏଠାକାର ଗ୍ରାନାଇଟ୍‌ ଆଉଟ ରକରେ ଥିବା ଏହି ପାଦଚିହ୍ନକୁ ଲୋକମାନେ ସୈତାନର ପାଦଚିହ୍ନ ବୋଲି ବିବେଚନା କରିଥାଆନ୍ତି । ଏହା ୧.୨ ମିଟର ବା ୧୨୦ ସେଣ୍ଟିମିଟର ଲମ୍ବ । ଏହା ଏତେ ବିଶାଳ ଆକୃତିର ଯେ ଏହା ସାଧାରଣ ମଣିଷର ପାଦଚିହ୍ନ ବୋଲି ମନେ ହୁଏନାହିଁ ।

କେହି କେହି ବିଶ୍ୱାସ କରନ୍ତି ଯେ, ଏହା ପ୍ରାକୃତିକ ଭାବେ ନିର୍ମିତ ହୋଇଥାଇପାରେ । ତେବେ ପ୍ରଶ୍ନ ପ୍ରାକୃତିକ ଭାବେ ପାଦର ଆକୃତି ନିର୍ମାଣ କିଭଳି ସମ୍ଭବ । ଆଉ ଯଦି ଏହା ବାସ୍ତବରେ କାହାର ପାଦ ଚିହ୍ନ ତେବେ କାହାର ହୋଇଥାଇପାରେ । ସାଧାରଣ ମଣିଷର ପାଦଚିହ୍ନ ଭଳି ଦୃଶ୍ୟମାନ ହୁଏ ସତ କିନ୍ତୁ ଏହା ଢେର ବିଶାଳ । ତେବେ ଏତେ ବଡ ମଣିଷ କେଉଁ ଯୁଗରେ ରହିଥିବ । ସତରେ କଣ ଗୋଟେ ସମୟରେ ମଣିଷ ଏତେ ବିଶାଳକାୟ ଥିଲା କି । ଏସବୁକୁ ନେଇ ଦ୍ୱନ୍ଦ ଏବେ ବି ଲାଗିରହିଛି । ଆଉ ଗବେଷଣା ଏବେ ବି ଜାରି ରହିଛି । ତେବେ ଯାହା ହେଉନା କାହିଁକି ଏହା ଏକ ଆକର୍ଷଣୀୟ ସନ୍ଧାନ । ତେଣୁ ଏହା ଏକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ପାଲଟିଯ।ଇଛି ।

ଗବେଷଣାରୁ ଜଣାପଡିଛି ଯେ, ଏହା ପ୍ରାୟ ୨୦୦ ମିଲିୟନ ବର୍ଷ ପୁରୁଣା ଚିହ୍ନ । ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ, ଏହି ପାଦ ଚିହ୍ନର ଗୋଇଠି ସ୍ଥାନରେ ମୁଦ୍ରା ପକାଇ ପ୍ରାର୍ଥନା କଲେ ତାହା ଶୁଭଫଳ ଦେଇଥାଏ । ତେବେ ଏହା କେତେ ସତ ଆଉ କେତେ ଭ୍ରମ ତାହା ଆଜି ବି ରହସ୍ୟ ଘେରରେ । କିନ୍ତୁ ଆମ ବିଶ୍ୱରେ ଏଭଳି ସନ୍ଧାନ ସବୁବେଳେ ବୈଚିତ୍ରତାକୁ ହି ପ୍ରମାଣିତ କରେ । ଆଉ ଆମକୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରେ ।