Advertisment

ଯାତ୍ରୀଙ୍କ ଉପରେ ଚାଲିଗଲା ଟ୍ରେନ୍; ତଥାପି ବଞ୍ଚିଗଲେ

ରେଳ ଟ୍ରାକ୍‌ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।

author-image
Pramod Behera
ଅଦ୍ୟତନ ହୋଇଛି
Viral Video

Viral Video

ଅନେକ ସମୟରେ ମଣିଷ ଏତେ ବେପରୁଆ ହୋଇଯାଏ ଯେ ଜୀବନର ଯତ୍ନ ନେବାକୁ ଭୁଲିଯାଏ। ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ବହୁତ ଭାଇରାଲ୍‌ ହେବାରେ ଦେଖିବାକୁ ମିଳେ। ଏବେ ବି ଏକ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବ।

Advertisment

ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ଯାତ୍ରୀ ରେଳ ଟ୍ରାକ୍‌ରେ ପଡିଯାଇଛନ୍ତି। ଏହି ଅବସ୍ଥାରେ ଟ୍ରେନ୍‌ଟି ତାଙ୍କ ଉପରେ ଖୁବ୍ ଜୋର୍‌ରେ ଚାଲିଯାଏ। ବ୍ୟକ୍ତି ଜଣକ ଏଭଳି କାଇଦାରେ ରହିଗଲେ ଯେ ତାଙ୍କ ଜୀବନ ରକ୍ଷା ପାଇଗଲା। ଟ୍ରେନ୍‌ଟି ଚାଲିଯିବା ପରେ ବ୍ୟକ୍ତି ଜଣଙ୍କ ଟ୍ରାକ୍‌ରୁ ଉଠି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଥିବା ଦେଖାଯାଏ।

ସୂଚନା ମୁତାବକ ୩୩ ବର୍ଷିୟ ରେଳ ଯାତ୍ରୀ ଭୁରା ସିଂହଙ୍କ ପାଦ ରେଳ ଷ୍ଟେସନରେ ଖସି ଯାଇଥିଲା। ଏହି କାରଣରୁ ସେ ତଳେ ପଡ଼ିଗଲେ। ଠିକ ଏହି ସମୟରେ ଟ୍ରେନ୍‌ଟି ଚାଲିଆସିଲା। ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନଟି ତାଙ୍କ ଉପରେ ଚାଲିଯାଇଥିଲେ ବି ସେ ରକ୍ଷା ପାଇଗଲେ। ଏହି ଭିଡିଓ ଖୁବ ଚକିତ କରିଦେବା ଭଳି।

Advertisment

ଏହି ଭିଡିଓରେ ଦେଖାଯାଏ ଯେ ଟ୍ରେନଟି ଗଲା ବେଳେ ଯୁବକ ଜଣଙ୍କ ଟ୍ରାକ୍‌ରେ ଆରାମରେ ଶୋଇପଡିଛନ୍ତି। ତା’ପରେ ହଠାତ୍ ଟ୍ରେନ୍ ଆସି ତାଙ୍କ ଉପରେ ଚାଲିଯାଏ। ଏହି ଦୁଶ୍ୟ ଇଟାୱାର ଭର୍ଥନା ରେଳ ଷ୍ଟେସନର। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅନେକ ଲୋକ ମନ୍ତବ୍ୟ ଦେଉଥିବା ଦେଖାଯାଏ।

Viral News Viral Video
Advertisment
Advertisment