• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହୁ ହୁ ହୋଇ ବଢୁଛି ଡାଲିର ଦାମ୍

କିଛି ମାସ ଭିତରେ ଅହେତୁକ ଭାବେ ବଢ଼ିଛି ଡାଲିର ଦାମ । ହରଡ଼ ଡାଲିର ଦାମ ତିନି ମାସ ଭିତରେ ବଢ଼ିଛି ୪୫ ଟଙ୍କା । ଏବେ ହୋଲସେଲ ରେଟ୍ କେଜି ପ୍ରତି ୧୪୦ ଟଙ୍କା ଥିବା ବେଳେ ରିଟେଲରେ ଦାମ ରହିଛି ୧୬୦ ଟଙ୍କା । ମାତ୍ର ୩ ମାସରେ ଦାମ୍ ୪୦-୪୫ ଟଙ୍କା ବଢ଼ିଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଦାମ୍ ନିୟନ୍ତ୍ରଣରେ ରହୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ଡାଲିର ଦାମ ମଧ୍ୟ ବଢ଼ିଛି ।

ସେପଟେ ଡାଲି ଦର ବୃଦ୍ଧି ସରକାରଙ୍କ ପରିଚାଳନା ଗତ ତ୍ରୁଟି କହିଲେ ବ୍ୟବସାୟୀ । କର୍ପୋରେଟ୍ ହାଉସ ଗୁଡ଼ିକ ଡାଲି ବ୍ୟବସାୟରେ ଲାଭ ଖୋର ମନୋବୃତ୍ତି ରଖୁଛନ୍ତି, ସେଥିପାଇଁ ଡାଲି ଦର ବଢ଼ୁଛି ବୋଲି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ।

ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢିବାକୁ ନେଇ ତେଜିଛି ରାଜନୀତି । କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ବିଜୁ ଜନତା ଦଳ ଓ କଂଗ୍ରେସ । ବିଜେଡି କହିଛି ୧୪୩ ଟଙ୍କା ବଢିବା ସ୍ୱାଗତ ଯୋଗ୍ୟ କିନ୍ତୁ ସଫିସିଏଣ୍ଟ ନୁହେଁ । କେନ୍ଦ୍ର ସରକାର ଏହା ଉପରେ ପୁର୍ନବିଚାର କରିବା ଆବଶ୍ୟକ । ଧାନର ସହାୟକ ମୂଲ୍ୟ ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାବା ପାଇଁ ବିଜେଡି ଦାବି କରିଛି । ସେହିପରି କଂଗ୍ରେସ କହିଛି ସ୍ୱାମୀ ନାଥନ କମିଟି ରିପୋର୍ଟ କାହିଁକି ଗ୍ରହଣ କରାଯାଉନାହିଁ । ଏବେ ଯାହା MSP ବଢ଼ାଇଛନ୍ତି ସେଥିରେ ଚାଷୀ ମାନେ ପ୍ରତାରିତ ହୋଇଛନ୍ତି ।

ସେପଟେ ଏହାର ଜବାବ ରଖିଛି ବିଜେପି । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ କେତେ ଟଙ୍କା ବଢ଼ିଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ସେହିପରି ବିଜେଡି ରାଜ୍ୟରେ କ୍ଷମତାରେ ଥିବାରୁ ୨ଶହ ଟଙ୍କା ବଢ଼େଇ ଦିଅନ୍ତୁ ବୋଲି କହିଛି ଦଳ । ଏହାସହ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇ ଘେରିଛି ବିଜେପି । କେନ୍ଦ୍ର ସରକାର ଲଗାତାର ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଉଛନ୍ତି । ଆଗକୁ ବି ପର୍ଯ୍ୟାୟ କ୍ରମେ ବଢ଼ାଇବେ ବୋଲି କହିଛି ବିଜେପି ।