Advertisment

ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ ପରେ ଅପରାହ୍ନ ୫ଟାରୁ ୫.୪୫ ପଯର୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ

author-image
Pallipuspa Samal
ଅଦ୍ୟତନ ହୋଇଛି
The President is visiting Puri

The President is visiting Puri

ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। । ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

Advertisment

ଆସନ୍ତା ୨୦ ତାରିଖରେ ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତଙ୍କ ୧୫୦ ତମ ଜୟନ୍ତୀରେ ରାଷ୍ଟ୍ରପତି ଯୋଗଦେବା ସହ ଗୁଣ୍ଡିଚା ମନ୍ଦିରରେ ଏକ ସଭାସ୍ଥଳରେ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ବ୍ଲୁ ବୁକ୍ ସିକ୍ଯୁରିଟି ଦୃଷ୍ଟିରୁ ଏବେଠୁ ଆରମ୍ଭ ହୋଇଛି ।

ଯାଞ୍ଚ ଏଡିଜି ରାଧାକୃଷ୍ଣ ଶର୍ମା ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରାଜଭବନ ଗଭର୍ଣ୍ଣର ହାଉସ ପରିଦର୍ଶନ କରିଛନ୍ତି । ଏଥିସହିତ ତାଳବଣିଆ ହେଲିପ୍ୟାଡ, ଶରଧାବାଲିର ସଭାସ୍ଥଳ ଓ ଶ୍ରୀଚୈତନ୍ୟ ଗୌଡିୟ ମଠ ପରିଦର୍ଶନ କରିଛନ୍ତି

Advertisment
Ramnath Kovind The President Is Visiting Puri
Advertisment
Advertisment