/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638853534.jpg)
The mother is desperate for her son
ପୁଅକୁ ନେଇ ଏସିବି ମେଡିକାଲରୁ ଚାଲିଗଲେ ବାପାମାଆ । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ ବୋଲି ଡାକ୍ତର କହିବା ପରେ ନିରାଶ ହୋଇ ବାପାମାଆ ତାଙ୍କୁ ଫେରାଇ ନେଇଛନ୍ତି । କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭିର ବିରଳ ରୋଗରେ ପୀଡ଼ିତ । ଚିକିତ୍ସା ପାଇଁ ଦରକାର ୧୬ କୋଟି ଟଙ୍କା । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କାନ୍ଦି କାନ୍ଦି ଗୁହାରି କରିଛି ମାଆ । ସରକାରଙ୍କଠୁ ନେଇ ସାରା ଓଡ଼ିଶାବାସୀଙ୍କ ସାହାଯ୍ୟ ଲୋଡ଼ିଛି ମାଆ ।
କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭିର ବିରଳ ରୋଗରେ ପୀଡ଼ିତ ଥିଲେ । ପୁଅକୁ ଭଲ କରିବା ପାଇଁ ୧୬ କୋଟି ଟଙ୍କାର ଇଞ୍ଜେକସନ ଦରକାର ବୋଲି କହିଥିଲେ ବେଙ୍ଗାଲୁରୁର ଚିକିତ୍ସା କରୁଥିବା ଡାକ୍ତର । ଏହାପରେ ରାଜବୀରଙ୍କ ଚିକିତ୍ସା ଲାଗି ବାପାମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଉଥିବା ବେଳେ ପୋଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ଏହାପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଏସିବିରେ ଡାକ୍ତରଙ୍କୁ ଦେଖାଇବା ପରେ ଏଠାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ ବୋଲି ଡାକ୍ତର କହିଥିବା ରାଜବୀରଙ୍କ ବାପାମାଆ କହିଛନ୍ତି । ପରେ ପୁଅକୁ ନେଇ ସେଠାରୁ ଚାଲି ଆସିଛନ୍ତି । ରାଜବୀରଙ୍କ ବାପାମାଆ ଡାକ୍ତରଙ୍କ ଏହି ସୂଚନା ପରେ ଲୋକେ ସହାୟତା କଲେ ତାଙ୍କ ପୁଅର ଚିକିତ୍ସା ହୋଇ ପାରିବ ବୋଲି କହିଛନ୍ତି ଶିଶୁର ମାଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)