• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାଉଥ୍‌ ଇଷ୍ଟର ସବୁଠାରୁ ସୁନ୍ଦର ସ୍ଥାନ ‘ନଙ୍ଗ୍‌ ନୁଚ୍‌ ଗାଡେର୍ନ୍‌’

ଦୁବାଇର ମିରାକଲ୍‌ ଗାଡେର୍ନ୍‌ । ମରୁଭୂମିରେ କୌଣସି ଚମତ୍କାରଠାରୁ କମ୍‌ ନୁହେଁ । ସେହିଭଳି ଏକ ଚମତ୍କାର ସୃଷ୍ଟି ହୋଇପାରିଛି ଥାଇଲ୍ୟାଣ୍ଡରେ । ଏଠାରେ ରହିଛି ଏକ ଟ୍ରପିକାଲ୍‌ ବୋଟାନିକାଲ୍‌ ଗାଡେର୍ନ । ଯାହାର ନାଁ ‘ନଙ୍ଗ୍‌ ନୁଚ୍‌ ଗାଡେର୍ନ୍‌’ । ଏହା ଏକ ଥିମ୍‌ ପାର୍କର ଅନୁଭୂତି ଦେବ । ଏହି ନଙ୍ଗ୍‌ ନୁଚ୍‌ ଗାଡେର୍ନ୍‌ ୫୦୦ ଏକର ବା ୨.୪ ସେ୍କାୟାର କିଲୋମିଟର ଅଂଚଳରେ ବ୍ୟାପିଛି । ଅତି ଅଦ୍ଭୁତ ଓ ମନୋରମ ଏହାର ଦୃଶ୍ୟ । ପ୍ରତି ଆଙ୍ଗଲରେ ଆପଣ ଏଠି ପାଇଯିବେ ଫେ୍ରମ୍‌ ।

ପର୍ଯ୍ୟଟକ ଓ ପ୍ରକୃତି ପେ୍ରମୀଙ୍କ ପାଇଁ ଏହା ପରଫେକ୍ଟ ଡେଷ୍ଚିନେସନ୍‌ କହିଲେ ବିଲକୁଲ୍‌ ଭୁଲ ହେବ ନାହିଁ । ଥାଇଲ୍ୟାଣ୍ଡର ସୁଖୁମ୍ଭିଟ୍‌ ରୋଡଠାରୁ ଏହା ପାଖାପାଖି ୧୬୩ କିଲୋମିଟର ଦୂରରେ ରହିଛି । ଆପଣ ଏଠାରେ ବସ୍‌, ଟ୍ୟାକ୍ସି ବା ପବ୍ଲିକ୍‌ ଟ୍ରାନ୍ସପୋର୍ଟେସନ ସାହାଯ୍ୟରେ ଯାଇପାରିବେ । ଏହାକୁ ସାଇକାଡସ୍‌ ପାଇଁ ଏକ ପ୍ରମୁଖ ସାଇଣ୍ଟିଫିକ୍‌ ସେଣ୍ଟର ବୋଲି ମଧ୍ୟ କୁହାଯାଏ । ଏହାର ନିଜସ୍ୱ ସାଇକାଡ୍‌ ଜିନ୍‌ ବ୍ୟାଙ୍କ୍‌ ରହିଛି ।

ପିସିଟ୍‌ ଓ ନଙ୍ଗନୁଚ୍‌ ତାନସାଚା ନାମକ ସ୍ୱାମୀ ସ୍ତ୍ରୀ ୧୯୫୪ରେ ୮୦୦ ଏକର ଜମି କିଣିଥିଲେ ଫଳ ଚାଷ ପାଇଁ । କିନ୍ତୁ ପରେ ସେମାନେ ଏହାକୁ ଟ୍ରପିକାଲ୍‌ ଫୁଲ୍‌ ଓ ୱାଇଲ୍ଡ୍‌ ଲାଇଫ୍‌ ସଂରକ୍ଷଣ ପେ୍ରାଜେକ୍ଟ ପାଇଁ ଏହି ସ୍ଥାନକୁ ବ୍ୟବହାର କରିଥିଲେ । ୧୯୮୦ରେ ସାଧାରଣ ଜନତାଙ୍କ ପାଇଁ ଏହି ବଗିଚାକୁ ଖୋଲାଯାଇଥିଲା । ଏଠାରେ ୱାଇଲ୍ଡ୍‌ ଲାଇଫ୍‌ ପରୀକ୍ଷଣ କେନ୍ଦ୍ର, ପର୍ଯ୍ୟଟକଙ୍କ ପାଇଁ ଧାର୍ମିକ ଉତ୍ସବ ଇତ୍ୟାଦି ସହ ମାର୍ସିଆଲ ଆର୍ଟ ଡେମନ୍‌ଷ୍ଟ୍ରେସନ , ମସାଜ୍‌ ଓ ଏଲିଫ୍ୟାଣ୍ଟ୍‌ ଶୋର ଆୟୋଜନ କରାଯାଇଥାଏ ।

Nong nooch garden thailandNong nooch garden thailand

୨୦୧୯ରେ ଏହି ସ୍ଥାନକୁ ନେଇ ଅନେକ ବିବାଦ ମଧ୍ୟ ଦେଖା ଦେଇଥିଲା । ଏଠାରେ ୨ଟି ହୋଟେଲ୍‌, ଏକ ଛୋଟ ଚିଡିଆଖାନା ସହ ଅନେକ ସୁବିଧା ମଧ୍ୟ ଉପଲବ୍ଧ । ଏହି ବଗିଚାକୁ ଅନେକ ଭାଗରେ ବିଭକ୍ତ ମଧ୍ୟ କରାଯ।ଇଛି । ଫେ୍ରଂଚ୍‌ ଗାଡେର୍ନ୍‌, ଇଉରୋପିଆନ୍‌ ଗାଡେର୍ନ୍‌, ଷେ୍ଟାନହେଂଜ ଗାଡେର୍ନ୍‌, କ୍ୟାକ୍ଟସ୍‌ ଓ ସକ୍ୟୁଲେଣ୍ଟ ବଗିଚା, ପିମ୍ପୁଡି ଟାୱାର, ପ୍ରଜାପତି ହିଲ୍‌, ବିଭିନ୍ନ ପ୍ରକାରର ଫୁଲର ବଗିଚା ଇତ୍ୟାଦି ରହିଛି । ଏଠାରେ ଆପଣ ବୋନଜାଇ ଗାଡେର୍ନ ମଧ୍ୟ ପାଇଯିବେ । ଏହାର ବିଶାଳକାୟ ଲ୍ୟାଣ୍ଡସେ୍କପ୍‌ ଭିୟୁ ପାଇଁ ଏହା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପୁରା ଗୋଟିଏ ଦିନ ମଧ୍ୟ କମ୍‌ ପଡିବ ଏହି ସ୍ଥାନ ବୁଲିବାକୁ ।

ଏଠାକାର ଟ୍ରପିକାଲ୍‌ ଗାଡେର୍ନ୍‌ ଯିବାକୁ ଆପଣଙ୍କୁ ଏକ ସୁନ୍ଦର ଅନୁଭୂତି ନେବାକୁ ପଡିବ । ପାଖାପାଖି ୧.୧ କିଲୋମିଟରର ସ୍କାଏୱାକ୍‌ ପରେ ଅର୍ଥାତ୍‌ ୱାକୱେ ନେବା ପରେ ଯାଇ ଆପଣ ପହଁଚିପାରିବେ ଏଠାକାର ଟ୍ରପିକାଲ୍‌ ଗାଡେର୍ନକୁ । ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଦିନ ଥାଇ ସଂସ୍କୃତି ଅନୁଯାୟୀ ଅନେକ କାର୍ଯ୍ୟକ୍ରମର ମଧ୍ୟ ‌ଆୟୋଜନ କରାଯାଇଥାଏ । ‌ଆପଣ ଏହି ଗାଡେର୍ନରେ ବିଶାଳକାୟ ଡାଇନାସୋର ସହ ଭଳିକି ଭଳି ଜୀବଜନ୍ତୁଗୁଡିକର ପ୍ରତିଛବି ଦେଖିବାକୁ ପାଇବେ । ଏହାସହ ଥାଇ ସଂସ୍କୃତି ଅନୁଯାୟୀ କିଛି ଛୋଟ ଛୋଟ ଦେଉଳ ‌ଆକାରର ନିର୍ମାଣ ମଧ୍ୟ ‌ଆପଣ ଦେଖିପାରିବେ ।

nong nooch garden thailandnong nooch garden thailand

ବାସ୍ତବରେ ଏହି ସ୍ଥାନ କୌଣସି ସ୍ୱର୍ଗ ଠାରୁ କମ୍‌ ନୁହେଁ । ‌ଆଉ ଏଠାକୁ ଯିଏ ବି ଯାଇଛି, ସେ ଏଠାକାର ଅନୁଭୂତି ବଖାଣିବାକୁ ଭୁଲି ନାହିଁ । ‌ଆଖପାଖରେ ପାହାଡ ପର୍ବତ ଓ ନିଆରା ପ୍ରାକୃତିକ ପରିବେଶ ସହ ଏଠାରେ ପ୍ରକୃତିକୁ ଆହୁରି ସଜେଇ ଦେଇଛନ୍ତି ଏହାକୁ ନିର୍ମାଣ କରିଥିବା ବିନ୍ଧାଣୀ । ଆଉ ଏହା ସାଉଥ୍‌ ଇଷ୍ଟର ସବୁଠାରୁ ସୁନ୍ଦର ସ୍ଥାନ ଭିତରୁ ଗୋଟିଏ ।