/odishatv-khabar/media/post_attachments/uploadimage/library/16_9/16_9_0/kolab_dam_1652418237.jpg)
kolab dam
କୋରାପୁଟ: କୋରାପୁଟ ଜିଲ୍ଲାର ଅପର କୋଲାବ ଜଳବନ୍ଧ ଯୋଜନା । ମରୁଡି ପ୍ରଭାବିତ ଜୟପୁର ଅଚଂଳକୁ ସୁଜଳା ସୁଫଳା କରିବାକୁ ଯୋଜନାର ଥିଲା ରୂପରେଖ । କୋରାପୁଟ, ସୁନାବେଡ଼ା ଓ ଦାମନଯୋଡ଼ି ଅଂଚଳରେ ଅନେକ ମାତ୍ରାରେ ଜଳକଷ୍ଟ ମଧ୍ୟ ଦୂର କରିଛି ଏହି ପ୍ରକଳ୍ପ । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପୋତି ହେବାକୁ ବସିଛି କୋଲାବ ଜଳଭଣ୍ଡାର । ଜଳଧାରଣ କ୍ଷମତା ମଧ୍ୟ କମିବାରେ ଲାଗିଛି ।
କୋଲାବ ଜଳଭଣ୍ଡାର ଉଭୟ ପାର୍ଶ୍ୱରେ ରହିଛି ଏକାଧିକ ଗାଁ । ଏଠାରେ ବସବାସ କରୁଥିବା ଲୋକେ ଜୀବୀକା ପାଇଁ ପୋଡୁଚାଷ କରି ଆସୁଛନ୍ତି । ବର୍ଷାଦିନେ ପୋଡୁଚାଷ ଯୋଗୁଁ ମୃର୍ତ୍ତିକା କ୍ଷୟ ହୋଇ ଜଳଭଣ୍ଡାରରେ ଜମା ହେଉଥିବା କହିଛନ୍ତି ବିଶେଷଜ୍ଞ । ଉପରମୁଣ୍ଡରେ ବର୍ଷା ହେଲେ ଜଙ୍ଗଲ ନଥିବାରୁ ଜଳଭଣ୍ଡାର ଭିତରକୁ ପାଣି ସହ ମାଟି ପଶି ଆସୁଛି ।
ଗତ କିଛି ବର୍ଷ ଧରି ବୃଷ୍ଟିପାତର ପରିମାଣ ଅପେକ୍ଷାକୃତ ଭାବେ କମିବାରୁ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ନାଲକୋ ଏବଂ ହାଲ୍(HAL)କୁ ଏଠାରୁ ପାଣି ଯୋଗାଣ ହେଉଥିବାରୁ ଅନେକ ସମୟରେ ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ଏହାସହ ପାହାଡରୁ ବର୍ଷା ପାଣିରେ ଆସୁଥିବା ମାଟି ଅଧିକ ମାତ୍ରାରେ ଜଳଭଣ୍ଡାରରେ ପଶୁଥିବାରୁ ଜଳଧାରଣ କ୍ଷମତା କମିଯିବ ବୋଲି ମତପ୍ରକାଶ କରିଛନ୍ତି ବିଶେଷଜ୍ଞ ।
ସେପଟେ ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି କୋରାପୁଟ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ମାଟି ଜମିବା ଘଟଣାକୁ ସ୍ୱୀକାର କରିବା ସହ ପରିସ୍ଥିତି ଏତେ ବିପଜ୍ଜନକ ନୁହେଁ ବୋଲି କହିଛନ୍ତି । ବିପଦ ନଆସୁଣୁ ଜଳଭଣ୍ଡାର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)