/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709624298.jpg)
The doctor is working as a security guard
ଟିକେଟ୍ କାଟିବା ସହ ରୋଗୀଙ୍କ ପ୍ରେସର ମାପୁଛନ୍ତି ମେଡିକାଲ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ । ଜଣ ଜଣ କରି ରୋଗୀ ଆସୁଛନ୍ତି ଆଉ ସେବା ଦେଉଛନ୍ତି ସିକ୍ୟୁରିଟି ଗାର୍ଡ । ଡାକ୍ତରଙ୍କ କାମ କରୁଛନ୍ତି ଏମାନେ । ଏହି ପରିସ୍ଥିତି ଦେଖି କେବଳ ଗୋଟାଏ କଥା କୁହାଯାଇପାରେ । କହିବ କାହାକୁ ଶୁଣିବ କିଏ ।
Advertisment
ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୋର ବ୍ଲକ ଅଧୀନରେ ଥିବା ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ସ୍ଥିତି ପାଇଁ ଦାୟି କିଏ ? ସରକାର ବାରମ୍ବାର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିବା କଥା କହୁଥିବା ବେଳେ ଏଠାରେ କିନ୍ତୁ ଏପରି ସ୍ଥିତି l
ଖୋଦ୍ ମୁଖ୍ୟମନ୍ତ୍ରୀ ଓ 5T ଅଧକ୍ଷ ନିଜେ ଡାଇଲୋସିସ କେନ୍ଦ୍ର ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ l କିନ୍ତୁ ଏହା ବି କାମ କରୁନଥିବା ଅଭିଯୋଗ ହୋଇଛି । ସୋର ଡାକ୍ତରଖାନାରେ ଲୋକଙ୍କ ନିର୍ଭରଶୀଳତା ଯେତେ ବଢୁଛି ଅବ୍ୟବସ୍ଥା ଓ ଲୋକଙ୍କର ଆସ୍ଥା ସେତେ କମିବାରେ ଲାଗିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)