• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ପରୀକ୍ଷଣ। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ୍ ୨୫ତମ ଭର୍ସନର ପରୀକ୍ଷଣ ହୋଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୫ ହଜାର କିଲୋମିଟର। ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି ଅଗ୍ନି ୫। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ ମିଜାଇଲ୍ । ପରୀକ୍ଷଣ ନେଇ ଡିଆର୍ ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। DRDO ବୈଜ୍ଞାନିକଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।