• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାହା ପାଇଁ ବିଶ୍ୱାସ, ତ ଆଉ କାହା ପାଇଁ ଅନ୍ଧବିଶ୍ୱାସ । କାହା ପାଇଁ ଆସ୍ଥା ଓ ଆଉ କାହା ପାଇଁ ଅବିଶ୍ୱାସ । ପାଟିରେ ପୁଳା ପୁଳା ନିଆଁ ଭକ୍ଷଣ କରିବା ଆଉ ଖାଲି ପାଦରେ ନିଆଁରେ ଚାଲିବାର କିଛି ଦୃଶ୍ୟ ଆଦୌ ମିଛ ନୁହେଁ । ପୁରୀ ଜିଲ୍ଲା ଗୋପ ବ୍ଲକ୍ ଜମରା ଗାଁର ଏହି ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ପ୍ରତି ମଙ୍ଗଳବାର ଆସିଲେ ସକାଳୁ ଏ ଗାଁରେ ପ୍ରତାପ ଭୋଇଙ୍କ ଘରେ ଭିଡ଼ ଲାଗେ ।

ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି । ଏପରିକି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ସହ ସବୁ ଅସମ୍ଭବକୁ ସମ୍ଭବ କରାଇପାରୁଥିବା ଲୋକଙ୍କ ବିଶ୍ୱାସ ।

ଏ ଘଟଣା ନେଇ କାଳେସୀ ପ୍ରତାପ କୁହନ୍ତି, ପିଲାବେଳୁ ସେ ମାଆ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ଆସୁଥିଲେ । ନବମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଦେହରେ କିଛି ସ୍ପିରିଟ ଲାଗିବାର ସେ ଅନୁଭବ କରିଥିଲେ । ଆଉ ଆଜିକୁ ପ୍ରାୟ ୫ ବର୍ଷ ହେବ, ସେ ଲୋକମାନଙ୍କୁ ଏଭଳି ନିଶୁକ୍ଲରେ ହୁକୁମ ଦେଇ ଆସୁଛନ୍ତି । ସେପେଟେ ଏହାକୁ ନେଇ ହେତୁ ବା ବାସ୍ତବବାଦୀଙ୍କ ମତ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

କୋଣାର୍କରୁ ସଞ୍ଜୟ ପତି ଓ କଟକରୁ ଗୌତମ ପଣ୍ଡାଙ୍କ ରିପୋର୍ଟ, ଓଟିଭି

  • Reported by:
  • GAUTAM PANDA