Advertisment

ୟୁକ୍ରେନ୍‌ ସୀମାରେ ନିର୍ଯାତନା ବଖାଣିଲେ ଓଡ଼ିଶାର ଡ଼ାକ୍ତରୀ ଛାତ୍ରୀ

ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା, ସମସ୍ତେ ଫେରିବାକୁ ଚାହୁଁଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

ଖାରକିଭ୍ ସହରରେ ଧ୍ୱଂସ ଲୀଳା ରଚୁଛନ୍ତି ରୁଷିଆ ସେନା। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ୟୁକ୍ରେନ ସମୟ ସଂଧ୍ୟା ୬ଟା ସୁଦ୍ଧା ଖାରକିଭ୍ ଛାଡ଼ି ୩ଟି ସ୍ଥାନକୁ ଚାଲିଯିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସଂଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡ଼ିବାକୁ ନିର୍ଦ୍ଦେଶ ପରେ ଭୟର ବାତାବରଣ ଖେଳିଯାଇଛି।

Advertisment

ଖାରକିଭର ସ୍ଥିତି ନେଇ ଓଟିଭିକୁ ଜଣାଇଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ ବର୍ଷା କହିଛନ୍ତି ଯେ ହଙ୍ଗେରୀ ଦେଇ ଆସିବାକୁ ଆମକୁ ଖାରକିଭ୍ ଷ୍ଟେସନ ଅଣାଗଲା। ରେଳ ଷ୍ଟେସନ ଠାରୁ ଅଳ୍ପ ଦୂରରେ ପ୍ରବଳ ବୋମା ମାଡ଼ ହେଉଥିଲା। ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା, ସମସ୍ତେ ଫେରିବାକୁ ଚାହୁଁଥିଲେ। ସେଠାରେ କେବଳ ଝିଅମାନଙ୍କୁ ଟ୍ରେନରେ ଚଢ଼ିବାକୁ ଅନୁମତି ଦିଆଗଲା। ଭାରତର ବିଶେଷକରି ଓଡ଼ିଶାର ବହୁ ପୁଅ ପିଲା ଆସିପାରିଲେ ନାହିଁ।

ସେ ଆହୁରି କହିଛନ୍ତି ଯେ ଆମକୁ ଆଣିବାକୁ ଯାଇଥିବା କୋର୍ଡିନେଟରଙ୍କୁ ବି ଟ୍ରେନରେ ଆସିବାକୁ ଦିଆଗଲାନି। ୟୁକ୍ରେନରେ ଭାରତୀୟ ଏବଂ ଆଫ୍ରିକୀୟମାନଙ୍କୁ ହଇରାଣ କରାଯାଉଛି। ଏଭଳି ସ୍ଥିତିରେ ୬ଟା ସୁଦ୍ଧା ଖାରକିଭ୍ ଛାଡ଼ିବାକୁ କୁହାଗଲାଣି। ଏଭଳି ସ୍ଥିତିରେ ଆମ ପିଲାମାନେ କେମିତି ଖାରକିଭ୍ ଛାଡ଼ିବେ ବୋଲି ସେ ପ୍ରଶ୍ନ କରିଛନ୍ତି। 

Advertisment
Russia-Ukraine War Russia Attack Ukraine
Advertisment
Advertisment