/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705418734.jpg)
Gajapati Maharaja On Arpan Rath
ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼କୁ ନେଇ ଚିନ୍ତା ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି ମହାରାଜା କହିଛନ୍ତି ଯେ, ଶ୍ରୀମନ୍ଦିର ବାହାର କାମ ତ ହୋଇଗଲା । ହେଲେ ଶ୍ରୀମନ୍ଦିର ଭିତରେ ବିଶେଷ କରି ଜଗମୋହନ ଓ ନାଟମଣ୍ଡପରେ ବି ଶ୍ରଦ୍ଧାଳୁଙ୍କ ଦର୍ଶନ ସୁବ୍ୟବସ୍ଥିତ ହେବା ନିତାନ୍ତ ଆବଶ୍ୟକ। ଏଥିପ୍ରତି ଯଥାଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେବା ଉଚିତ। କେବଳ ଏତିକି ନୁହେଁ, ଅର୍ପଣ ରଥ ପ୍ରସଙ୍ଗରେ କହିଛନ୍ତି, ଏହାକୁ ରଥଯାତ୍ରା କହିବାନି, ଏହା ଏକ ପ୍ରଚାର ଯାତ୍ରା। ଗୁଆ ଚାଉଳ ସଂଗ୍ରହ ନେଇ ପରିଚାଳନା କମିଟି କହି ନାହିଁ । ସରକାରଙ୍କ ସ୍ତରରେ ତାହା କରାଯାଉଛି ଏବଂ ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଂଶ୍ଳୀଷ୍ଟ ନାହିଁ।
ସେହିପରି ବହୁ ଚର୍ଚ୍ଚିତ କାମିୟା ଜାନି ଓ ଗୋମାଂସ ଭକ୍ଷଣ ପ୍ରଚାର ବିବାଦ ପ୍ରସଙ୍ଗରେ ମତ ରଖି ଗଜପତି କହିଛନ୍ତି, ଯଦି ଅଭିଯୋଗ ହୋଇଥାଏ ତା ହେଲେ ଏପରି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ କାହିଁକି ନିଆଯିବ। ସେହିପରି ମହାପ୍ରଭୁଙ୍କ କାର୍ଯ୍ୟ ଓ ପ୍ରଚାରରେ ରାଜନୀତି ହେବା ଉଚିତ ନୁହେଁ ବୋଲି ଗଜପତି ମହାରାଜା ମତ ରଖିଛନ୍ତି।
ସେହିପରି ରତ୍ନ ଭଣ୍ଡାର କାର୍ଯ୍ୟକୁ ନେଇ ମଧ୍ୟ ମତ ରଖିଛନ୍ତି ଗଜପତି ମହାରାଜା। ବାହାର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଛି। ଏ ସଂପର୍କରେ ବିସ୍ତୃତ ରିପୋର୍ଟ ଆଗାମୀ ପରିଚାଳନା କମିଟି ମିଟିଂରେ ASI ଉପସ୍ଥାପନ କରିବ। ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର କାର୍ଯ୍ୟ ହେବ। ମରାମତି ସହ ଅଳଙ୍କାର ଗଣତି ମଧ୍ୟ ରଥଯାତ୍ରା ସମୟରେ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା ।
ସେହିପରି ଶଙ୍କରାଚାର୍ଯ୍ୟଙ୍କ ‘ଭୋଗସ୍ଥଳୀ ମନ୍ତବ୍ୟରେ ମଧ୍ୟ ପ୍ରତିକ୍ରିୟ ରଖିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିର ଭୋଗସ୍ଥଳୀ ହେବାର ପ୍ରଶ୍ନ ହିଁ ନାହିଁ। ଗୁରୁଜୀ ସଂପୂର୍ଣ୍ଣ ପୁରୀକୁ ନେଇ ଭୋଗସ୍ଥଳୀ କଥା କହିଛନ୍ତି। ଋଷିକେଶ, ହରିଦ୍ୱାରରେ ଆମିଷ, ନିଶା ବାରଣ ଅଛି। ଗୁରୁଜୀଙ୍କ ପରାମର୍ଶ ମାନି ପୁରୀରେ ଏସବୁ ନିଷେଧ କରାଯାଉ। ଶ୍ରୀକ୍ଷେତ୍ର ଭିତରେ ପବିତ୍ରତା ରକ୍ଷା କରାଯାଉ ବୋଲି କହିଛନ୍ତି ଗଜପତି ମହାରାଜା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)