• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ ଖନନ ଅଭିଯୋଗ ମାମଲା । ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏତଲା । କର୍ତ୍ତବ୍ୟ ଠିକ ଭାବେ ତୁଲାଇ ନଥିବା ଅଭିଯୋଗ କରି ଏତଲା ଦେଲେ ଜଗନ୍ନାଥ ସେନା । ବିନା ଅନୁମତିରେ କିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖନନ ହେଲା ବୋଲି ପ୍ରଶ୍ନ କରାଯାଇଛି । କଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ପ୍ରଶ୍ନ କରାଯାଇଛି । ନିଜ କର୍ତ୍ତବ୍ୟ ତୁଲାଇ ନଥିବାରୁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଦାବି କରିଛି ସଂଘ ।

ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଶ୍ରୀମନ୍ଦିର ସହ ସଂପୃକ୍ତ ଜଣେ ବ୍ୟକ୍ତି କିଭଳି ୩ଟି ଗୁରୁଦାୟିତ୍ୱରେ ରହିଛନ୍ତି । ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ସହ ପୂର୍ତ୍ତ ବିଭାଗ ସଚିବ ଓ ଓବିସିସି ଅଧ୍ୟକ୍ଷ ଭଳି ତିନି ତିନିଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା ।

ସେ କହିଛନ୍ତି, ଯିଏ କାମ କରିବ ଆଉ ଯିଏ ପଇସା ଦେବ ସେହି ଲୋକ ସମାନ ଯଦି ହୁଏ ତେବେ କେମିତି ଚାଲିବ । ଏହା ସାମାନ୍ୟ ସଂଯୋଗ ନା ଏହା ସୁଚିନ୍ତିତ ଷଡ଼୍‌ଯନ୍ତ୍ର । ଯେଉଁ ସଂସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଛି, ତାହାର ମୁଖ୍ୟ ଯିଏ, ସେହି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ଏହା ଏକ ସାମାନ୍ୟ ସଂଯୋଗ ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏମିତିକି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି-SJTA ନାଁରେ ସେହି ଅଧିକାରୀ ଟେଣ୍ଡର ଘୋଷଣା କରିଛନ୍ତି । ଆଉ ସେହି ସମାନ ବ୍ୟକ୍ତି ଓବିସିସି ନାଁରେ ଟେଣ୍ଡର ପାଉଛନ୍ତି ।

ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପଇସା ଦେଉଥିବା ବ୍ୟକ୍ତି ହିଁ ଭିନ୍ନ ଅନୁଷ୍ଠାନ ନାଁରେ ପଇସା ଗ୍ରହଣ କରୁଛନ୍ତି I ଅର୍ଥ କାରବାର ପ୍ରକ୍ରିୟାରେ ରହିଥିବା ସର୍ବନିମ୍ନ ଶୃଙ୍ଖଳା ଉଲଂଘନ କରାଯାଇଛି କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।