Advertisment

ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର

ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ?

ଅଦ୍ୟତନ ହୋଇଛି
Srimandir Corridor Project

Srimandir Corridor Project

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରୁ ଏକ ବଡ଼ ନିର୍ମାଣର ଦ୍ୱନ୍ଦ୍ୱ ଦୂର। ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର। ସଂରକ୍ଷିତ ଐତିହ୍ୟଠାରୁ ୧୦୧. ୫୦ ମିଟର ଦୂରତାରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର। ଗତ ୯ ତାରିଖରେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା NMAର ବୈଠକରେ ଏଥିପାଇଁ ମିଳିଛି ଏନଓସି। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ୨୦୨୨ ଏପ୍ରିଲ୍‌ରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରାଣ୍ଡ ରୋଡରେ ରିସେପସନ୍ ସେଣ୍ଟର କରିବା ନେଇ ସଂଶୋଧିତ ଡିପିଆର ଦିଆଯାଇ ଅନୁମତି ମଗାଯାଇଥିଲା। ଏହା ଉପରେ ବିସ୍ତୃତ ତର୍ଜମା ପରେ ଅଭ୍ୟର୍ଥନା କକ୍ଷଟି ସଂରକ୍ଷିତ।

Advertisment

ଐତିହ୍ୟଠାରୁ ୧୦୧. ୫୦ ମିଟର ଦୂର ଅର୍ଥାତ୍ ପ୍ରୋହିବିଟେଡ୍ ଏରିଆ ବାହାରେ ଏବଂ ରେଗୁଲେଟେଡ୍ ଏରିଆ ଭିତରେ ନିର୍ମାଣ ପାଇଁ ସୁପାରିଶ କରାଯାଇଛି। ଏଥିସହ ଉକ୍ତ ରିସେପସନ୍ ସେଣ୍ଟରର ଉଚ୍ଚତା ୭. ୫୦ ମିଟର ଭିତରେ ସୀମିତ ରହିବ। ଯାହାକି ମେଘନାଦ ପାଚେରିଠୁ ଟିକେ ବି ବଡ଼ ହେବ ନାହିଁ, ଯେହେତୁ ପୂର୍ବରୁ ରିସେପସନ୍ ସେଣ୍ଟର ଆମସାର ଆକ୍ଟ ନିୟମ ଉଲ୍ଲଘଂନ କରାଯାଇ ପ୍ରୋହିବିଟେଡ୍ ଏରିଆ ମଧ୍ୟରେ ନିର୍ମାଣ ହେଉଥିଲା, ତାକୁ ନେଇ ବିବାଦ ଜୋରଦାର ତେଜିଥିଲା। ଏମିତିକି ଏହା ବିରୋଧରେ ଆଇନଗତ ଲଢ଼େଇ ବି ଆରମ୍ଭ ହୋଇଥିଲା। ତେବେ ବିବାଦ ବଢ଼ିବା ପରେ ଅଭ୍ୟର୍ଥନା କକ୍ଷ ନିର୍ମାଣ କାମ ଅଧାରୁ ବନ୍ଦ ରଖାଯାଇଥିଲା। ତେବେ ଏନଏମଏ କର୍ତ୍ତୃପକ୍ଷ ଏହାକୁ ନିଷିଦ୍ଧାଞ୍ଚଳ ବାହାରେ କରିବାକୁ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇବା ପରେ ପ୍ରକଳ୍ପ ବିପକ୍ଷବାଦୀ ଏହାକୁ ଆଇନ୍‌ରର ବିଜୟ ବୋଲି କହିଥିବାବେଳେ ସପକ୍ଷବାଦୀ ଓ ସେବାୟତ କହିଛନ୍ତି ଯାହା ହେଉଛି ଭଲ ହେଉଛି।

ପ୍ରୋହିବିଟେଡ୍ ଏରିଆ ବାହାରେ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ନିର୍ମାଣ ନେଇ ଏନଏମ୍ଏର ନିଷ୍ପତ୍ତିକୁ ଐତିହ୍ୟ ବିଶେଷଜ୍ଞ ସଠିକ୍ ବୋଲି ଦର୍ଶାଇଛନ୍ତି।  ତେବେ ଆରମ୍ଭରୁ କାହିଁକି ଏଥିରେ ବ୍ୟତିକ୍ରମ ସୃଷ୍ଟି ହେଲା ବୋଲି ପ୍ରଶ୍ନ କରିବା ସହ ଐତିହ୍ୟ କରିଡର ପାଇଁ ସୁପ୍ରିମକୋର୍ଟଙ୍କ ୨୨ ଗାଇଡଲାଇନ୍ସ ମଧ୍ୟରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇନଥିବାରୁ କ୍ଷୁବ୍ଧ ହୋଇଛନ୍ତି। ତେଣେ ଯେହେତୁ ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି, ତେଣୁ ପ୍ରଶ୍ନ ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ?

Advertisment

ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ? ଏଥିପାଇଁ ସମସ୍ୟା ଉପୁଜିବନି ତ ? ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଏନଏମଏ ଅନୁମତି ମିଳିବା ପରେ ପ୍ରକଳ୍ପ କାମ ଆହୁରି ତ୍ୱରାନ୍ୱିତ ହେବ। ତେଣେ ଶ୍ରୀମନ୍ଦିର ଚୌହଦିର ୭୫ ମିଟର ଭିତରେ ଐତିହ୍ୟ କରିଡର କାମ ବି ଫୁଲ୍ ଦମ୍‌ରେ ଆଗେଇ ଚାଲିଛି। ପଶ୍ଚିମଦ୍ୱାର ପଟେ ଇନଫର୍ମେସନ କିଓସ୍କ, ଦକ୍ଷିଣଦ୍ୱାର ପଟେ ସେବାୟତଙ୍କ ସହ ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଟୟଲେଟ୍ ନିର୍ମାଣ ସହ ଉତ୍ତର ଦ୍ୱାର ପଟେ ଭିନ୍ନ ଭିନ୍ନ କାମ ଚାଲିଛି। ତେବେ ଏସବୁ ଭିତରେ ଆଜି ଏକ ବଡ଼ ପଦକ୍ଷେପକ୍ରମେ ସିଂହଦ୍ୱାର ସମ୍ମୁଖ ପୁରାତନ ବାଗିଡ଼ିଆ ଧର୍ମଶାଳାକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ତେବେ ଗରିବ ଭକ୍ତଙ୍କୁ କମ୍ ମୂଲ୍ୟରେ ରହିବା ବ୍ୟବସ୍ଥା କରାନଯାଇ ଧର୍ମଶାଳା ଭଙ୍ଗାଯିବାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ।

(ରିପୋର୍ଟ: ମଧୁସୂଦନ ମିଶ୍ର, ପୁରୀ ଓ ବିବର୍ତ୍ତନ ପଣ୍ଡା, ଭୁବନେଶ୍ୱର)

Srimandir Parikrama Project Srimandir Corridor Project Srimandir Parikrama Project Row Jagannath Reception
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ