ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍ସନ ସେଣ୍ଟର ? ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି।
ଶ୍ରୀମନ୍ଦିର ଐତିହ୍ୟ କରିଡର ଶୀଘ୍ର ସାରିବାକୁ ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ୍ । ASI ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଆବେଦନ କରାଗଲା । ରିଟ୍ ପିଟିସନ୍ ଦାଖଲ କରିଛନ୍ତି ଖୋଦ୍ ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ ।
ରିଟ୍ ପିଟିସନରେ ସେବାୟତ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା ।