• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରାନୀ ପଣ୍ଡା । ଏଥର ରାନୀଙ୍କୁ ନେଇ ଭାରି ଜୋରସୋରରେ ଚାଲିଛି ଚର୍ଚ୍ଚା । ଏ କଥା ଜାଣିବା ପରେ ଆପଣମାନେ ଭାବୁଥିବେ ରାନୀ ବୋଧ ହୁଏ ପୁଣି କେଉଁଠି ଉତ୍ପାତ ହେଲେ କିମ୍ବା କେଉଁଠି ଉଦଣ୍ଡ ଡ୍ୟାନ୍ସ କଲେ । କିନ୍ତୁ ଆମେ କହିବୁ ନା । ଉଦଣ୍ଡ ନାଚ କରି ନୁହେଁ କି କାହା କାନ କାମୁଡ଼ି ନୁହେଁ । ଏଥର ରାନୀ ପଣ୍ଡା ସମାଜ ସେବା କରି ଲୋକ ଲୋଚନକୁ ଆସିଛନ୍ତି । ପୂର୍ବରୁ ମଧ୍ୟ ରାନୀ ଏମିତି ଅନେକ ଥର ସମାଜସେବା କରି ଚର୍ଚ୍ଚାକୁ ଆସିଛନ୍ତି । ହେଲେ ଏଥର ସେ ଏକ ସାମାଜିକ ଅନୁଷ୍ଠାନକୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୫୦ ହଜାର ଟଙ୍କାର ସହଯୋଗ କରିଛନ୍ତି ରାନୀ ।ଆଉ ଲୋକଙ୍କଠାରୁ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି ।

ମଂଚ ଉପରେ ସମସ୍ତଙ୍କ ସାମ୍ନାରେ କୃଷକ ତଥା ଗରିବ ପରିବାର ପାଇଁ ଦାନ କରିଦେଲେ ୫୦ ହଜାର ଟଙ୍କା । ସମ୍ବଲପୁର ଡଙ୍ଗାପାଳ ଗାଁରେ ଆୟୋଜିତ ନାବକେଳୀ ଉତ୍ସବରେ ଯୋଗଦେଇଥିଲେ ରାନୀ । ମଂଚରେ ହଠାତ୍‌ ଆୟୋଜକ କମିଟିଙ୍କ ଉପସ୍ଥିତିରେ ଅଂଚଳର ଗରିବ ଅସହାୟଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଥିଲେ । ଏହାସହ ଏହି ପ୍ରୋଗ୍ରାମରେ ମିଳିଥିବା ପାରିଶ୍ରମିକର ୧୦ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସମସ୍ତ ମ୍ୟୁଜିସିଆନ, ଲାଇଟ, ସାଉଣ୍ଡ ଅପରେଟର ଏବଂ ଅନ୍ୟ କଳାକାର ପାଇଁ ଦାନ କରିଥିଲେ । ଏହାପରେ ସମସ୍ତେ ରାନୀଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ଏମିତିକି ରାନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ଝିଅ ବାହାଘର ହେଲେ ବି ସେ ସହାୟତାର ବଢାଇବେ ହାତ ।

ମଂଚ ଉପରେ ରାନୀଙ୍କ ଏପରି ବଦାନ୍ୟତା ଦେଖି ଦର୍ଶକମାନେ ତାଳି ମାଡ କରିବା ସହିତ ହୁଳହୁଳି ପକାଇଥିଲେ । ଆଉ ରାନୀଙ୍କ ପ୍ରତି ଦର୍ଶକଙ୍କ ଥିବା ଭଲପାଇବା ଦେଖି ଖୁସି ହୋଇଯାଇଥିଲେ ରାନୀ । ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ମଂଚରେ ଏପରି ବଦାନ୍ୟତା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।